ଶୋଇଥିବାବେଳେ କାମୁଡିଲା ସାପ, ଦୁଇ ଭାଇ ମୃତ
ଦେବଗଡ଼ ଥାନା ଜାଙ୍ଗଲିକୁଦର ଗାଁରେ ଅଘଟଣ। ସାପ କାମୁଡାରେ ଦୁଇ ଭାଇଙ୍କ ମୃତ୍ୟୁ ହୋଇଛି ।ମୃତ ଦୁଇ ଭାଇ ହେଲେ ସର୍ବେଶ୍ୱର ଦେହୁରୀଙ୍କ ପୁଅ ଗୌରାଙ୍ଗ ଦେହୁରୀ ଓ ସୌଭାଗ୍ୟ ଦେହୁରୀ ।

ଦେବଗଡ଼ (କେନ୍ୟୁଜ): ସାପ କାମୁଡାରେ ଦୁଇ ଭାଇଙ୍କ ମୃତ୍ୟୁ । ଦେବଗଡ଼ ଥାନା ଜାଙ୍ଗଲିକୁଦର ଗାଁରେ ଅଘଟଣ ଘଟିଛି । ମୃତ ଦୁଇ ଭାଇ ହେଲେ ସର୍ବେଶ୍ୱର ଦେହୁରୀଙ୍କ ପୁଅ ଗୌରାଙ୍ଗ ଦେହୁରୀ ଓ ସୌଭାଗ୍ୟ ଦେହୁରୀ ।
ଗତକାଲି ରାତିରେ ଦୁଇ ଭାଇ ଘର ଚଟାଣରେ ଶୋଇଥିଲେ। ଭୋର ସମୟରେ ଏକ ସାପ ଆସି ଦୁଇଜଣଙ୍କୁ କାମୁଡି ଦେଇଥିଲା । ପରିବାର ଲୋକ ଦୁଇଜଣଙ୍କୁ ତୁରନ୍ତ ଦେବଗଡ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କର ମୃତ୍ୟୁ ହୋଇଛି। ଦୁଇ ଭାଇଙ୍କ ମୃତ୍ୟୁ ପରେ ଗାଁରେ ଶୋକର ଛାୟା ଖେଳିଯାଇଛି।