ଗର୍ଭଧାରଣ ସମୟରେ ଦହି ଖାଇବା ଭୁଲ ନା ଠିକ, ଜାଣନ୍ତୁ ଏକ୍ସପର୍ଟଙ୍କ ମତ

ସ୍ୱାସ୍ଥ୍ୟ ପାଇଁ ଦହି ଖୁବ ଲାଭଦାୟକ ବୋଲି ବିଶେଷଜ୍ଞମାନେ କହିଥାନ୍ତି । ଦହି ଖାଇବା ଦ୍ୱାରା ଇମ୍ୟୁନ ସିଷ୍ଟମ ଭଲ ଭାବେ କାର୍ଯ୍ୟ କରିଥାଏ । ଦହିରେ ଥିବା ପ୍ରୋବାୟୋଟିକ୍ସ ଅର୍ଥାତ ଭଲ ବ୍ୟାକ୍ଟେରିଆ ଶରୀରର ଇମ୍ୟୁନ ସିଷ୍ଟମକୁ ବୁଷ୍ଟ କରି ସଂକ୍ରମଣରୁ ଲଢିବା ପାଇଁ ସାହାଯ୍ୟ କରିଥାଏ ।

ଦହି ଏକ ପୌଷ୍ଟିକ ଖାଦ୍ୟ ଭାବେ ବହୁତ ବ୍ୟବହାର କରାଯାଏ । ସ୍ୱାସ୍ଥ୍ୟ ପାଇଁ ଏହା ଖୁବ ଲାଭଦାୟକ ବୋଲି ବିଶେଷଜ୍ଞମାନେ କହିଥାନ୍ତି । ଦହିରେ ପ୍ରୋଟିନ, କ୍ୟାଲସିୟମ, ଭିଟାମିନ b12 ରହିଥାଏ । କିନ୍ତୁ ଗର୍ଭବତୀ ମହିଳାମାନେ ଏହାକୁ ଡାଏଟରେ ସାମିଲ କରିବା ପାଇଁ ଅନିଚ୍ଛା ପ୍ରକାଶ କରିଥାନ୍ତି । କିଛି ଲୋକଙ୍କୁ ଲାଗିଥାଏ ଯେ, ଦହି ଖାଇବା ଦ୍ୱାରା ଗର୍ଭସ୍ଥ ଶିଶୁକୁ କ୍ଷତି ପହଞ୍ଚିଥାଏ । ଯଦି ଆପଣ ମଧ୍ୟ ପ୍ରେଗନାନ୍ସି ସମୟରେ ଦହି ଖାଇବା ନେଇ ଦ୍ୱନ୍ଦରେ ଅଛନ୍ତି ତେବେ ଆମେ ଆପଣଙ୍କୁ ଏହି ସମସ୍ୟାର ସମାଧାନ ବିଷୟରେ ଜଣାଇବୁ ।

ପ୍ରେଗନାନ୍ସି ସମୟରେ ଦହି ଖାଇବା ସ୍ୱାସ୍ଥ୍ୟ ପାଇଁ ଉଚିତ ହୋଇଥାଏ । କାରଣ ଓ୍ଵାର୍ଲ୍ଡ ହେଲଥ ଅର୍ଗାନାଇଜେସନ ଅନୁସାରେ ଗର୍ଭାବସ୍ଥା ସମୟରେ ଦହି ଏକ ହେଲଦି ଡାଏଟ ଭାବେ ସାହାଯ୍ୟ କରେ । ସେହିପରି ଅଷ୍ଟ୍ରେଲିଆର ନ୍ୟାସନାଲ ହେଲଥ ଆଣ୍ଡ ମେଡିକାଲ ରିସର୍ଚ୍ଚ କାଉନସିଲ ମଧ୍ୟ ପ୍ରେଗନାଣ୍ଟ ମହିଳାମାନଙ୍କୁ ଖାଦ୍ୟରେ ଦହି ସାମିଲ କରିବାକୁ ପରାମର୍ଶ ଦେଇଥାନ୍ତି । ଏପରିସ୍ଥଳେ ଗର୍ଭାବସ୍ଥାରେ ଦହିର ସେବନ କେବଳ ସୁରକ୍ଷିତ ଥାଏ ତାହା ନୁହଁ ଏଥିରୁ ଅନେକ ଲାଭ ମିଳିଥାଏ । ତେବେ ଆସନ୍ତୁ ଜାଣିବା ଏହି ଦହିରୁ କଣ ଲାଭ ମିଳିଥାଏ ।

ଦହି ଖାଇବା ଦ୍ୱାରା ଇମ୍ୟୁନ ସିଷ୍ଟମ ଭଲ ଭାବେ କାର୍ଯ୍ୟ କରିଥାଏ । ଦହିରେ ଥିବା ପ୍ରୋବାୟୋଟିକ୍ସ ଅର୍ଥାତ ଭଲ ବ୍ୟାକ୍ଟେରିଆ ଶରୀରର ଇମ୍ୟୁନ ସିଷ୍ଟମକୁ ବୁଷ୍ଟ କରି ସଂକ୍ରମଣରୁ ଲଢିବା ପାଇଁ ସାହାଯ୍ୟ କରିଥାଏ ।

ପ୍ରେଗନାନ୍ସି ସମୟରେ ହେଉଥିବା ମୁଡ ସ୍ୱିଙ୍ଗ ଏବଂ ଷ୍ଟ୍ରେସରୁ ରକ୍ଷା ପାଇବା ପାଇଁ ଦହି ଲାଭଦାୟକ ହୋଇଥାଏ । ଦହିରେ ଥିବା ପ୍ରୋବାୟୋଟିକ ମୁଡକୁ ଭଲ କରିବା ସହ ଚିନ୍ତାରୁ ଦୂର କରିଥାଏ । ଏହା ଅବସାଦ ସମ୍ବନ୍ଧୀୟ ଲକ୍ଷଣକୁ ମଧ୍ୟ ଦୂର କରିବାର କ୍ଷମତା ରଖିଥାଏ ।

ପ୍ରେଗନାନ୍ସି ସମୟରେ ରକ୍ତଚାପ ବଢ଼ିବା ସମସ୍ୟାରେ ସମସ୍ୟା ଆସିପାରେ । ଏପରିସ୍ଥିତିରେ ଦହିର ସେବନ ଲାଭଦାୟକ ହୋଇଥାଏ । ଦହିରେ ଥିବା ଆଣ୍ଟି ହାଇପରଟେନ୍ସିଭର ପ୍ରଭାବ ବ୍ଲଡପ୍ରେସରକୁ କମାଇବାରେ ସାହାଯ୍ୟ କରିଥାଏ ।

ହାଡ଼ ଏବଂ ମାଂସପେଶୀକୁ ମଧ୍ୟ ମଜବୁତ ରଖିଥାଏ ଦହି । ଏଥିରେ ଥିବା ପ୍ରୋଟିନ ଏବଂ କ୍ୟାଲସିୟମ ହାଡ଼କୁ ଦୁର୍ବଳ କରିବାରୁ ବଞ୍ଚାଇଥାଏ । ମାଂସପେଶୀକୁ ସୁସ୍ଥ କରିବାରେ ସାହାଯ୍ୟ କରିଥାଏ ।

ପ୍ରେଗନାନ୍ସି ସମୟରେ ଏସିଡିଟି ଏବଂ ହଜମ ସହ ଜଡ଼ିତ ସମସ୍ୟା ହୋଇଥାଏ । ଏପରିସ୍ଥିତିରେ ଯଦି ଆପଣ ଦହି ସେବନ କରନ୍ତି ତେବେ ହଜମ ସହ ଜଡ଼ିତ ସମସ୍ୟା ନିୟନ୍ତ୍ରଣ କରିବାରେ ସାହାଯ୍ୟ ମିଳିଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.