ଓଡ଼ିଶା ଫେରିଲେ ତାମିଲନାଡୁର ରାମେଶ୍ଵରମରେ ଫସିଥିବା ୧୬ ଓଡ଼ିଆ ତୀର୍ଥ ଯାତ୍ରୀ

ବେଙ୍ଗାଳୁରୁ (କେନ୍ୟୁଜ ): ତାମିଲନାଡୁରେ ଲଘୁଚାପ ଜନିତ ବର୍ଷା ହେବା ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ବିଭିନ ଟ୍ରେନ ବାତିଲ ହୋଇଛି । ତେବେ ଏହି ସମୟରେ ଓଡ଼ିଶାର କୋରାପୁଟ ଜିଲ୍ଲାର ଜୟପୁର ଅଂଚଳର ୧୬ ଜଣ ଓଡ଼ିଆ ତୀର୍ଥ ଯାତ୍ରୀ ରାମେଶ୍ଵରମ ରେ ଫସିଥିଲେ । ଟ୍ରେନ ବାତିଲ ହେବାରୁ ଓଡ଼ିଶା ଫେରିପାରିନଥିଲେ । ତେଣେ ଏନେଇ ଭୁବନେଶ୍ୱରର ମୋ ପରିବାରକୁ ଜଣାଇଥିଲେ । ଏହା ପରେ ମୋ ପରିବାର ରାଜ୍ୟ ସରକାରଙ୍କୁ ଅବଗତ କରାଇଥିଲେ ।

ତେବେ ଏହି ୧୬ ଜଣ ଫେରିବା ନିମନ୍ତେ ଶୀଘ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପଦକ୍ଷେପ ନିଆଯାଇଥିଲା । ୧୬ ଜଣଙ୍କ ପାଇଁ ଫ୍ଲାଇଟ ଟିକେଟ କରାଯାଇ ଥିଲା । ପରେ ମୋ ପରିବାରର ଚେନ୍ନାଇ ର କ୍ଷୀରୋଦ ଜେନାଙ୍କ ସହଯୋଗରେ ଏକ ଟିମ ରାମେଶ୍ଵରମ ରେ ପହଞ୍ଚି ତାଙ୍କୁ ଚେନ୍ନାଇ ନଯାଇଥିଲା । ପରେ ଏକ ଗେଷ୍ଟ ହାଉସରେ ରଖାଯାଇ ଗତକାଲି ସନ୍ଧ୍ୟାରେ ୮ ଜଣ ଓ ଆଜି ସକାଳେ ୮ ଜଣଙ୍କୁ ଫ୍ଲାଇଟ ଯୋଗେ ଓଡ଼ିଶା ପଠା ଯାଇଛି । ମୁଖ୍ୟମନ୍ତ୍ରୀ ଙ୍କ ଏଭଳି ପଦକ୍ଷେପ କୁ ଚେନ୍ନାଇ ର ପ୍ରବାସୀ ଓଡ଼ିଆ ଭୁରି ପ୍ରଶଂସା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.