ଘରେ ପଶି ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ: ଘଟଣାକୁ ୪ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ୍ ହାତ ଖାଲି

ବେଗୁନିଆ(କେନ୍ୟୁଜ): ଘରେ ପଶି ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣା। ଘଟଣା ଘଟିବାର ୪ ଦିନ ବିତି ଯାଇଥିଲେ ମଧ୍ୟ ଦୁଷ୍କର୍ମକାରୀଙ୍କୁ ଗିରଫ କରିବାରେ ବିଫଳ ହୋଇଛି ପୋଲିସ । ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଅଞ୍ଚଳରେ ଏହି ଘଟଣା ଦେଖିବାକୁ ମିଳିଛି । ଜଣେ ମହିଳାଙ୍କୁ ବିଳମ୍ବିତ ରାତିରେ ଘରେ ପଶି ଦୁଷ୍କର୍ମ ଅଭିଯୋଗରେ ଯୁବକକୁ ଗିରଫ କରାଯାଇନାହିଁ। ଏନେଇ ପୀଡିତା ବୋଲଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଗତ ୯ ତାରିଖ ବିଳମ୍ବିତ ରାତ୍ରିରେ ମହିଳା ଜଣକ ଘରେ ଏକୁଟିଆ ଥିବାବେଳେ ଏହାର ସୁଯୋଗ ନେଇ ଅଭିଯୁକ୍ତ ଘର ଭିତରକୁ ପଶି ଆସି ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଘଟଣା ଘଟିବାର ୪ ଦିନ ବିତି ଯାଇଥିଲେ ମଧ୍ୟ ଦୁଷ୍କର୍ମକାରୀଙ୍କୁ ଗିରଫ କରିବାରେ ବିଫଳ ହୋଇଛି ପୋଲିସ । ଏହି ଘଟଣା ନେଇ ଥାନା ନିରୀକ୍ଷକଙ୍କ ସହ ଯୋଗାଯୋଗ କରିଥିଲୁ । ଅଭିଯୁକ୍ତଙ୍କୁ ଖୋଜା ଚାଲିଛି ବୋଲି ସେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.