ଜଙ୍ଗଲରେ ଗୋଧି ସହିତ ଗଣଦୁଷ୍କର୍ମ ମାମଲାରେ ୪ ଗିରଫ, ସିସିଟିଭି ଫୁଟେଜରୁ ଧରାପଡିଲେ ଅଭିଯୁକ୍ତ

ମହାରାଷ୍ଟ୍ରର ଗୋଠାଣେ ଗାଁ ସହୟାଦ୍ରୀ ଟାଇଗର ରିଜର୍ଭରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏଠାରେ ଏକ ବେଙ୍ଗଲ ମନିଟର ଲିଜାର୍ଡକୁ ଦୁଷ୍କର୍ମ ଅଭିଯୋଗରେ ୪ ଜଣଙ୍କୁ ଗିରଫ କରାଯାଇଛି। ପୋଲିସର ସୂଚନା ଅନୁସାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ପେଶାରେ ଶିକାରୀ। ଏମାନେ ସମସ୍ତେ ଚାଲାଖି କରି ଗୋଠାଣେ ଗାଭା ଅଞ୍ଚଳର ସହୟାଦ୍ରୀ ଟାଇଗର ରିଜର୍ଭରେ ଟୁରିଷ୍ଟ ଭାବରେ ପ୍ରବେଶ କରି ଘୃଣ୍ୟ କାମ କରିଥିଲେ।

ଗିରଫ ଅଭିଯୁକ୍ତମାନେ ହେଲେ ସନ୍ଦୀପ ତୁକାରାମ, ପାୱାର ମଙ୍ଗେଶ, ଜନାର୍ଦନ କାମଟେକର ଓ ଅକ୍ଷୟ ସୁନୀଲ। ମହାରାଷ୍ଟ୍ର ବନ ବିଭାଗ ଅଭିଯୁକ୍ତଙ୍କ ମୋବାଇଲ ଫୋନ ଯାଞ୍ଚ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ଏହି କାଣ୍ଡ କାରନାମାକୁ ଅଭିଯୁକ୍ତମାନେ ଘଟଣାକୁ ଭିଡିଓ ରେକର୍ଡ କରି ରଖିଥିଲେ। ଏଥିରେ ଅଭିଯୁକ୍ତମାନେ ମନିଟର ଝିଟିପିଟି ସହିତ ଦୁଷ୍କର୍ମ କରୁଥିବାର ଭିଡିଓ ରହିଥିବା ପୋଲିସ ଜାଣିବାକୁ ପାଇଛି।

ବନ ଅଧିକାରୀମାନେ ସିସିଟିଭି ଫୁଟେଜ୍କୁ ଆଧାର କରି ଅଭିଯୁକ୍ତମାନଙ୍କ ପାଖରେ ପହଞ୍ଚିଥିଲେ। ବନ ଅଧିକାରୀମାନଙ୍କ କହିବା କଥା ହେଲା ଏହି ୩ ଅଭିଯୁକ୍ତ କୋଙ୍କୋଣରୁ କୋହ୍ଲାପୁର ଚାନ୍ଦୋଲୀ ଗାଁକୁ ଶିକାର ପାଇଁ ଆସିଥିଲେ। ସୂଚନାଯୋଗ୍ୟ, ବେଙ୍ଗଲ ମନିଟର ଲିଡାର୍ଜ(ଗୋଧି) ବନ୍ୟଜୀବ ସଂରକ୍ଷଣ ଆଇନ୍ ୧୯୭୨ ଅଧିନରେ ଆସୁଛି। ତେଣୁ ଯେଉଁମାନେ ଅଭିଯୁକ୍ତ ସେମାନେ ଦୋଷୀ ସାବ୍ୟସ୍ତ ହେଲେ ଅଭିଯୁକ୍ତଙ୍କୁ ୭ ବର୍ଷର ଜେଲ୍ ଦଣ୍ଡ ହୋଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.