ଆଜି ପଡିବ ରଣବୀର-ଆଲିଆଙ୍କ ହାତଗଣ୍ଠି, ଜାଣନ୍ତୁ କେତେ ବେଳେ ନେବେ ସାତ ଫେରା

କପୁର ପରିବାର ପାଇଁ ଆଜି ସବୁଠାରୁ ଖୁସିର ଦିନ। ଆଜି ଅର୍ଥାତ୍‌ ୧୪ ଏପ୍ରିଲରେ ରଣବୀର କପୁର ପ୍ରେମିକା ଆଲିଆ ଭଟ୍ଟଙ୍କ ମଥାରେ ସିନ୍ଦୁର ଭରିବେ। ବିବାହ ପାଇଁ ସବୁ ପ୍ରସ୍ତୁତି ସରିଛି। ଅତିଥି ତାଲିକା ଠାରୁ ଆରମ୍ଭ କରି ବିବାହ ସ୍ଥଳ ପର୍ଯ୍ୟନ୍ତ ସବୁକିଛି ପ୍ରସ୍ତୁତ। ଆଜି ଦୁହେଁ ଦିନ ୨ଟାରେ ବିବାହ କରିବେ ବୋଲି ସୂଚନା ମିଳିଛି।

ଇ ଟାଇମ୍‌ରେ ପ୍ରକାଶିତ ଏକ ରିପୋର୍ଟ ମୁତାବକ, ରଣବୀର ଏବଂ ଆଲିଆଙ୍କ ବିବାହ ରୀତିନୀତି ଆଜି ଦିନ ୨ଟାରୁ ଆରମ୍ଭ ହେବ। ସନ୍ଧ୍ୟା ସୁଦ୍ଧା ଏମାନେ ପରସ୍ପରର ଜୀବନ ସାଥି ହୋଇସାରିଥିବେ।
ବୁଧବାର ଦିନ ସେଲିବ୍ରିଟି ଫଟୋଗ୍ରାଫର ବିରଲ ଭୟାନୀ ଏକ ଭିଡିଓ ସେୟାର କରିଥିଲେ, ଯେଉଁଥିରେ ନିତୁ କପୁର ,ବଂ ରିଦ୍ଧିମା କୁପର ଏକାଠି ନଜର ଆସିଥିଲେ। ଦୁହେଁ ବିବାହ ବିଷୟରେ କହିଥିଲେ। ଏହି ଭିଡିଓରେ ନୁହେଁ ଆଲିଆଙ୍କୁ ପ୍ରଶଂସା କରିଥିଲେ।

ଦୁହିଁଙ୍କ ବିବାହ ପାଲି ହିଲ ସ୍ଥିତ ବାସ୍ତୁ ବିଲିଡିଂରେ ହେବ। ଖବର ମୁତାବକ, ରଣବୀର ଓ ଆଲିଆଙ୍କ ବିବାହ ପଞ୍ଜାବୀ ରୀତିନୀତି ଅନୁସାରେ ହେବ। ରୟାଲ େଓ୍ଵଡିଂରେ ବଲିଉଡରେ ବହୁତ ନାମୀଦାମୀ ସେଲିବ୍ରିଟି ଯୋଗ ଦେବେ। ଶାହରୁଖ ଖାନ, ରଣବୀର ସିଂ, ଆୟନ ମୁଖାର୍ଜୀ, ଦୀପିକା ପାଦୁକୋନ ଏବଂ କରଣ ଜୋହରଙ୍କ ନାମ ସାମିଲ ରହିଛି। ବିବାହରେ ପରିବାର ଏବଂ ବନ୍ଧୁଙ୍କ ବ୍ୟତୀତ ୪୦-୫୦ ଅତିଥି ଯୋଗ ଦେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.