Below header

ନନ୍ଦନକାନନରେ ପୁଣି ଆଉ ଏକ ବାଘ ଛୁଆ ବିବେକର ମୃତ୍ୟୁ

ଭୁବନେଶ୍ବର(କେନ୍ୟୁଜ): ନନ୍ଦନକାନନରେ ପୁଣି ଏକ ବାଘ ଛୁଆ ବିବେକର ମୃତ୍ୟୁ । ଧଳା ବାଘୁଣୀ ରୂପାର , ଆଉ ଏକ ନାଲି ମାଇ ଛୁଆ ଆଖି ବୁଜିଛି। ମୃତ ଛୁଆଟି ଜନ୍ମ ହେବା ଦିନଠାରୁ ତାକୁ ମାଆ ଠାରୁ ଅଲଗା ରଖାଯାଇଥିଲା। କର୍ତ୍ତୁପକ୍ଷ ଛୁଆକୁ ଭେଟେନାରୀରେ ରଖି ନିଜ ହେପାଜତରେ ପାଳନ କରୁଥିଲେ। ତେବେ କେଉଁ କାରଣରୁ ତାର ମୃତ୍ୟୁ ହେଲା ବ୍ୟବଛେଦ ପରେ ପ୍ରକୃତ କାରଣ ଜଣାପଡିବ।

ଗତ ମାର୍ଚ୍ଚ ୧୧ତାରିଖରେ ଧଳା ବାଘୁଣୀ ରୂପା ୩ଟି ଛୁଆ ଜନ୍ମ ଦେଇଥିଲା। ଗତ ମାର୍ଚ୍ଚ ୨୧ ତାରିଖରେ ଗୋଟିଏ ଧଳା ଅଣ୍ଡିରା ଛୁଆର ମୃତ୍ୟୁ ହୋଇଥିଲା। ଆଜି ନାଲି ମାଇ ଛୁଆ ଆଖି ବୁଜିଛି। ବାଘ ଛୁଆର ମୃତ୍ୟୁ ପରେ ବାଘ ସଂଖ୍ୟା ୨୬କୁ ଖସି ଆସିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.