କଳାହାଣ୍ଡିରେ ମାତିଛି ଭାଲୁ: ମହିଳାଙ୍କୁ ମାରି ଖାଇଲା

ଭାଲୁ ଆକ୍ରମଣରେ ମହିଳା ମୃତ । ଏପରି ଏକ ଅଘଟଣ ଆଜି ସକାଳେ କଳାହାଣ୍ଡି ଜିଲ୍ଲା ଆମପାଣି ଫରେଷ୍ଟ ଅଞ୍ଚଳ ବରାଡ଼ଙ୍ଗା ଗାଁରେ ଘଟିଛି। ମୃତ ମହିଳା ପାତ୍ରବସା ଗାଁର ଭବାନୀ ବାଗ ବୋଲି ସୂଚନା ମିଳିଛି।

ଧର୍ମଗଡ଼ (କେନ୍ୟୁଜ): ଭାଲୁ ଆକ୍ରମଣରେ ମହିଳା ମୃତ । ଏପରି ଏକ ଅଘଟଣ ଆଜି ସକାଳେ କଳାହାଣ୍ଡି ଜିଲ୍ଲା ଆମପାଣି ଫରେଷ୍ଟ ଅଞ୍ଚଳ ବରାଡ଼ଙ୍ଗା ଗାଁରେ ଘଟିଛି। ମୃତ ମହିଳା ପାତ୍ରବସା ଗାଁର ଭବାନୀ ବାଗ ବୋଲି ସୂଚନା ମିଳିଛି । ମହିଳା ଜଣକ ଆଜି ଭୋରରୁ ଶୌଚ ହେବା ପାଇଁ ନିକଟସ୍ଥ ଜଙ୍ଗଲକୁ ଯାଇଥିବା ବେଳେ ସେଠାରେ ସେ ଏକ ଭାଲୁ ହାବୁଡ଼ରେ ପଡ଼ି ଯାଇଥିଲେ। ଭାଲୁ ଆକ୍ରମଣରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା।

ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ନ ଫେରିବାକୁ ଖୋଜାଖୋଜି କରିବା ପରେ ଜଙ୍ଗଲରୁ ତାଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକେ। ଖବର ପାଇ ଘଟଣା ସ୍ଥଳରେ ସ୍ଥାନୀୟ ବନବିଭାଗ ର ଅଧିକାରୀ ଏବଂ ଆମପାଣି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.