ଭାଇରାଲ ହେଉଛି ଅଭିନେତ୍ରୀଙ୍କ Deepfake ଫଟୋ ଏବଂ ଭିଡିଓ, ଜାଣନ୍ତୁ ଏହା କ’ଣ ?

ସୋସିଆଲ ମିଡିଆରେ ଆଗଧାଡିର ଅଭିନେତ୍ରୀଙ୍କ ଅଶ୍ଳୀଳ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି । AI ର ଏହିଭଳି ଭାବେ ଦୁରୁପଯୋଗ ହେବ ବୋଲି କେହି କେବେ କଳ୍ପନା ମଧ୍ୟ କରିନଥିବେ ।

ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଅଭିନେତ୍ରୀ ରଶ୍ମିକା ମନ୍ଦନା ଓ କ୍ୟାଟ୍ରିନା କୈଫଙ୍କ Deepfake ଫଟୋ ଏବଂ ଭିଡିଓ । AI ର ଏହିଭଳି ଭାବେ ଦୁରୁପଯୋଗ ହେବ ବୋଲି କେହି କେବେ କଳ୍ପନା ମଧ୍ୟ କରିନଥିବେ । ନିକଟରେ ରଶ୍ମିକାଙ୍କ ଭଳି ଅବିକଳ ଦେଖାଯାଉଥିବା ଜଣେ ଯୁବତୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ତେବେ ଭିଡିଓରେ ଜଣେ ମହିଳା ଲିଫ୍ଟରେ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି । ଏହି ଭିଡିଓକୁ AI ସାହାଯ୍ୟରେ ରଶ୍ମିକା ଭଳି କରିବାକୁ ଚେଷ୍ଟା କରାଯାଇଛି । ତେବେ X ର ଜଣେ ବ୍ୟବହାରକାରୀ କହିଛନ୍ତି ଯେ ଭାଇରାଲ ଭିଡିଓରେ ଦେଖାଯାଇଥିବା ମହିଳାଙ୍କ ନାମ ହେଉଛି ଜାରା ପଟେଲ, ସେ ଜଣେ ବ୍ରିଟିଶ ଭାରତୀୟ ଝିଅ ।

ସେ ଏକ ସ୍ଲିଭଲେସ୍ ବ୍ଲାକ୍ ୟୁନିଟାର୍ଡ ପିନ୍ଧିଥିବାର ନଜର ଆସିଛନ୍ତି । ସୂଚନା ମୁତାବକ,ଏହି ଭିଡିଓଟି ପ୍ରଥମେ ଜାରାଙ୍କ ଦ୍ୱାରା ଅକ୍ଟୋବର ୯ ରେ ସେୟାର କରାଯାଇଥିଲା ।  ଏହି ଭିଡିଓ ଦେଖିବା ପରେ X ର ଅନେକ ଯୁଜର୍ସ ଏହାର ଘୋର ବିରୋଧ କରିଛନ୍ତି । କେବଳ ସାଧାରଣ ଲୋକ ନୁହନ୍ତି, ଏହାକୁ ନେଇ କେନ୍ଦ୍ର IT ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର, ଅମିତାଭ ବଚ୍ଚନ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିବାକୁ କହିଛନ୍ତି । ସାଉଥ୍‌ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ପରେ ଏବେ Deepfake ଜାଲରେ ଫସିଛନ୍ତି ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌।

କେହି ଜଣେ Deepfake ଟେକ୍ନୋଲୋଜି ବ୍ୟବହାର କରି ତାଙ୍କୁ ଲଜ୍ଜାଜନକ ପୋଷାକ ପିନ୍ଧାଇ ଦେଇଛନ୍ତି । ତାଙ୍କର ଅପ୍‌କମିଂ ଫିଲ୍ମ ‘ଟାଇଗର ୩’ର ଟାୱେଲ ଦୃଶ୍ୟରେ ଏଭଳି କାମ କରାଯାଇଛି । ଏବେ ଅଭିନେତ୍ରୀଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ନିକଟରେ ଅଭିନେତ୍ରୀ ଏହି ସିନ୍‌ର ସୁଟିଂ ପଛର ଏକ ଫଟୋ ନିଜ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ । ହେଲେ ଏବେ ଏହି ଫଟୋକୁ କେହି ଜଣେ ମର୍ଫ କରିଦେଇଛି ।  କ୍ୟାଟ୍ରିନା କୈଫ୍‌ଙ୍କର ଯେଉଁ Deepfake ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ସେଥିରେ ସେ ହ୍ଵାଇଟ୍‌ ଡିପ୍‌ ପ୍ଲଞ୍ଜିଙ୍ଗ୍‌ ନେକ୍‌ଲାଇନ ଟପ୍‌ ପିନ୍ଧିଥିବା ନଜର ଆସୁଛନ୍ତି ।

ଏଥିରେ ତାଙ୍କର କ୍ଲିଭେଜ୍‌ ଗଭୀର ଭାବରେ ଦୃଶ୍ୟମାନ ହେଉଛି । ଯେତେବେଳେ କି, କ୍ୟାଟ୍ରିନା ଯେଉଁ ଫଟୋ ପୋଷ୍ଟ କରିଥିଲେ, ସେଥିରେ ସେ ଏକ ଟାୱେଲ ପିନ୍ଧିଥିଲେ ଏବଂ ତାଙ୍କର ନେକ୍‌ଲାଇନ ସମ୍ପୂର୍ଣ୍ଣ ଆଚ୍ଛାଦିତ ରହିଥିଲା । ଆଉ ତାହା ଅଶ୍ଳୀଳ ମଧ୍ୟ ଦେଖାଯାଉ ନ ଥିଲା ।  ଏହା ପ୍ରଥମ ଥର ନୁହେଁ, ଏହି ଭଳି ପୂର୍ବରୁ ମଧ୍ୟ ହୋଇଛି । ଅନେକ ସେଲିବ୍ରିଟିଙ୍କ ନକଲି ଭିଡିଓ ସୋସିଆଲ ମିଡିଆରେ ସେୟାର ହୋଇଥିଲା । ସେହି ସବୁ ସେଲସବ୍ରିଟିଙ୍କ ମଧ୍ୟରେ ଟମ କ୍ରୁଜ, ଆନ୍ ହାଥୱେ, ମୋହନଲାଲ, ମାମୁଟି, ଫାହାଦ୍ ଫାସୀଲ ଏବଂ ଅନ୍ୟାନ୍ୟ ଷ୍ଟାର ସାମିଲ ରହିଥିଲେ ।

ତେବେ ଆପଣମାନେ ନିଶ୍ଚୟ ଭାବୁଥିବେ ଯେ Deepfake କଣ ଏବଂ ଏହା କିପରି କରାଯାଏ ?

Deepfake, ଏହି ଟର୍ମ ‘deep learning’ ଏବଂ ‘fake’ ଶବ୍ଦରୁ ଆସିଛି । ଯାହା ଦ୍ୱାରା ଅରଜିନାଲ ଫଟୋ, ଭିଜୁଆଲ ଏବଂ ଅଡିଓକୁ କପି କରି ଅବିକଳ ଅସଲି ଭଳି କରାଯାଇପାରିବ । ଏହା Machine learning ଏବଂ artificial intelligence(AI) ଭଳି ଟେକ୍ନୋଲୋଜିରୁ ଆସିଛି । ଏହି ଭଳି ନୂତନ ଟେକ୍ନୋଲୋଜି ସମାଜର ଉନ୍ନତି ଯୋଗୁଁ କରାଯାଇଥାଏ କିନ୍ତୁ ଏବେ ଏହାର ସଦୁପଯୋଗ ନ କରି ଦୁରୁପଯୋଗ କରାଯାଉଛି । AI ସାହାଯ୍ୟରେ ସୃଷ୍ଟି ହୋଇଥିବା ନକଲି ଭିଡିଓକୁ ଚିହ୍ନଟ କରିବାର ପ୍ରାଥମିକ ପଦକ୍ଷେପ ହେଉଛି ଲୋକଙ୍କର ହାବ ଭାବ, କଥା କହିବା ଶୈଳୀ, ଆଖିର ଗତି ଯାହା ଅସଲି ଭିଡିଓ ଠାରୁ ଖୁବ ଅଲଗା ହୋଇଥାଏ । ଯାହା ମାଧ୍ୟମରେ ଆପଣ ଅରଜିନାଲ ଏବଂ ଫେକ ଭିଜୁଆଲ ଭିତରେ ଫରକ ଜାଣିପାରିବେ । ଏହି deepfake କୁ ନେଇ ସରକାରଙ୍କୁ ନିୟମ ଏବଂ କାନୁନ ବନାଇବା ଆବଶ୍ୟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.