ଆପଣଙ୍କ ପାର୍ଟନରଙ୍କ ମଧ୍ୟରେ ଦେଖିବା ପାଇଁ ମିଳୁଛି କି ଏହି ଅଭ୍ୟାସ ? ଜାଣନ୍ତୁ କ’ଣ କରିବେ

ବର୍ତ୍ତମାନ ସମୟରେ ଲୋକମାନଙ୍କ ସମ୍ପର୍କ ଏଥିପାଇଁ ଭାଙ୍ଗି ଯାଉଛି, କାରଣ ସେଥିରେ ବିଶ୍ୱାସ ଓ ଭଲ ପାଇବା ରହୁ ନାହିଁ । ଏଭଳି ପରିସ୍ଥିତିରେ କିଛି ଲୋକ ନିଜ ରିଲେସନ୍‌ସିପ୍‌ରେ ଏତେ ମାତ୍ରାରେ ବୁଡ଼ି ଯାଉଛନ୍ତି, ଯେ ସେମାନେ ତାଙ୍କ ପାର୍ଟନରର ଭୁଲକୁ ଅଣଦେଖା କରୁଛନ୍ତି । ହେଲେ ଏଭଳି କରିବା ନିଜ ଉପରେ ଭାରି ପଡିପାରେ ।

ଯେକୌଣସି ସମ୍ପର୍କ ହେଉ ନା କାହିଁକି ସେଥିରେ ଭରସା, ବିଶ୍ୱାସ ଓ ଭଲ ପାଇବା ରହିବା ବହୁତ ଜରୁରୀ ହୋଇଥାଏ । ହେଲେ ବର୍ତ୍ତମାନ ସମୟରେ ଲୋକମାନଙ୍କ ସମ୍ପର୍କ ଏଥିପାଇଁ ଭାଙ୍ଗି ଯାଉଛି, କାରଣ ସେଥିରେ ବିଶ୍ୱାସ ଓ ଭଲ ପାଇବା ରହୁ ନାହିଁ । ଏଭଳି ପରିସ୍ଥିତିରେ କିଛି ଲୋକ ନିଜ ରିଲେସନ୍‌ସିପ୍‌ରେ ଏତେ ମାତ୍ରାରେ ବୁଡ଼ି ଯାଉଛନ୍ତି, ଯେ ସେମାନେ ତାଙ୍କ ପାର୍ଟନରର ଭୁଲକୁ ଅଣଦେଖା କରୁଛନ୍ତି । ହେଲେ ଏଭଳି କରିବା ନିଜ ଉପରେ ଭାରି ପଡିପାରେ । ଏହି ପରି ଅଭ୍ୟାସ ଯୋଗୁ ଆପଣଙ୍କ ପାର୍ଟନର ଆପଣଙ୍କର ଲାଭ ଉଠାଇ ପାରନ୍ତି । ଏଥିପାଇଁ ଆପଣ ଯଦି କୌଣସି ପ୍ରକାରର ରିଲେସନ୍‌ସିପ୍‌ରେ ଅଛନ୍ତି, ତାହେଲେ ଆପଣ ନିଜର କିଛି ଅଭ୍ୟାସକୁ ପରିବର୍ତ୍ତନ କରିବା ପ୍ରତି ଧ୍ୟାନ ଦେବା ଉଚିତ । ସେଥିପାଇଁ ଆମେ ଆଜି ଆପଣଙ୍କୁ ଜଣାଇବୁ ଯେ ଆପଣ ନିଜ ପାର୍ଟନରଙ୍କ କେଉଁ ସବୁ ଅଭ୍ୟାସକୁ ଅଣଦେଖା କରିବେ ନାହିଁ ।

ମନା କରିବା ପରେ ମଧ୍ୟ ଆପଣଙ୍କ ପାର୍ଟନର ଖରାପ ଅଭ୍ୟାସ ଛାଡୁନାହାନ୍ତି :
ଯଦି ଆପଣ ନିଜ ପାର୍ଟନରଙ୍କୁ କିଛି କାମ କରିବା ପାଇଁ ମନା କରୁଛନ୍ତି, ହେଲେ ସେ ଶୁଣୁ ନାହାନ୍ତି କିମ୍ବା କୌଣସି ଖରାପ ଅଭ୍ୟାସ କରୁଥିଲେ ଛାଡୁନାହାନ୍ତି, ତାହେଲେ ଆପଣ ତାଙ୍କର ଏହି ଖରାପ ଅଭ୍ୟାସକୁ ଅଣଦେଖା କରିବା ଉଚିତ ନୁହେଁ । ଯଦି ଆପଣଙ୍କ ସମ୍ପର୍କରେ ଏହିପରି ହେଉଛି ତାହେଲେ ଆପଣଙ୍କୁ ନିଜ ପାର୍ଟନର ସହ ସମ୍ପର୍କ ଭାଙ୍ଗି ଦେବା ଉଚିତ । କାରଣ ଏହି ଭଳି ସମ୍ପର୍କ ଅଧିକ ଦିନ ରହିନଥାଏ, ସେଥିପାଇଁ ଆପଣଙ୍କ ପାଇଁ ଠିକ୍‌ ହେବ ଯେ ଆପଣ ଏହି ରିଲେସନ୍‌ସିପ୍‌ରୁ ବାହାରି ଯିବେ ।

ମିଛ କହିବା ଅଭ୍ୟାସ :
ଯଦି ଆପଣଙ୍କ ପାର୍ଟନରଙ୍କୁ ବାରମ୍ବାର ମିଛ କହିବାର ଅଭ୍ୟାସ ଅଛି, ତାହେଲେ ଆପଣ ତାଙ୍କୁ ତୁରନ୍ତ ଛାଡି ଦେବା ଉଚିତ । କାରଣ ଯଦି ଆପଣଙ୍କ ପାର୍ଟନର ଆପଣଙ୍କୁ ବାରମ୍ବାର ମିଛ କହୁଛନ୍ତି, ତାହେଲେ ଆପଣ ତାଙ୍କ ଉପରେ ଭରସା କରିପାରିବେ ନାହିଁ, ଏହି କାରଣରୁ ଆପଣ ତାଙ୍କ ଠାରୁ ତୁରନ୍ତ ଦୂରତା ସୃଷ୍ଟି କରନ୍ତୁ ।

ନିଶା କରିବା ଅଭ୍ୟାସ :
ଯଦି ଆପଣଙ୍କ ପାର୍ଟନରଙ୍କୁ ନିଶା କରିବା ଅଭ୍ୟାସ ଅଛି, ତାହେଲେ ଆପଣ ସାବଧାନ ହୋଇଯାଆନ୍ତୁ । କାରଣ ତାଙ୍କ ଏହି ଅଭ୍ୟାସ ଆଗକୁ ଯାଇ ଆପଣଙ୍କୁ ଅସୁବିଧାରେ ପକାଇପାରେ । ସେଥିପାଇଁ ଏହି ଭଳି ପାର୍ଟନରଙ୍କ ଠାରୁ ତୁରନ୍ତ ସମ୍ପର୍କ ଭାଙ୍ଗି ଦେବା ଉଚିତ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.