ନବରଙ୍ଗପୁରରେ ଝାଡ଼ାବାନ୍ତି ନେଲା ଜଣଙ୍କ ଜୀବନ, ୩ ଆକ୍ରାନ୍ତ ଗୁରୁତର

ନବରଙ୍ଗପୁର(କେନ୍ୟୁଜ୍): ଝାଡ଼ାବାନ୍ତିରେ ମୃତ୍ୟୁ ଅଭିଯୋଗ । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଶିରିଶି ପଂଚାୟତ ଅନ୍ତର୍ଗତ ସୋରିଷପଦର ଠାରେ ଝାଡାବାନ୍ତି ବ୍ୟାପି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ଜଣ ଆକ୍ରାନ୍ତ ଗୁରୁତର ଅବସ୍ଥାରେ ଚିକିତ୍ସିତ ହୋଉଥିବା ନେଇ ଖବର ମିଳିଛି । ମୃତକ ହେଲେ ତୁଳାବତୀ ଭତରା । ତାଙ୍କ ସ୍ୱାମୀ ଟଙ୍କଧର ଭତରା ରବିବାର ଆକ୍ରାନ୍ତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି ।

ଗ୍ରାମରେ ଅନ୍ୟ ୨ ଜଣ ଧନ୍ୟା ଭତରା ଓ ପୁଷ୍ପଲତା ଭତରା ଆକ୍ରାନ୍ତ ହୋଇ ଘରେ ଚିକିତ୍ସା ଜାରି ରହିଛି । ଖବରପାଇ ଗ୍ରାମରେ ଏକ ଡାକ୍ତରୀ ଟିମ୍ ପହଁଚି ଲୋକଙ୍କୁ ସଚେତନତା କରାଉଛନ୍ତି । ସୂଚନା ମୁତାବକ ତୁଳାବତୀଙ୍କୁ ପାହାନ୍ତିଆ ସମୟରେ ଦୁଇ ଥର ଝାଡା ହେବାରୁ ସେ ବାହାରକୁ ଯାଇଥିଲେ । ପରେ ଶେଯରୁ ଆଉ ଉଠି ପାରିନଥିଲେ । ଯଥା ଶୀଘ୍ର ଆମ୍ବୁଲାନ୍ସକୁ ଖବର ଦିଆଯାଇଥିଲା କିନ୍ତୁ ଆମ୍ବୁଲାନ୍ସ ବିଳମ୍ବରେ ପହଂଚିଥିଲା । ଯାହା ଦ୍ବାରା ତୁଳାବତୀଙ୍କ ମୃତ୍ୟୁ ହୋଇଯାଇଥିଲା।  ଡାକ୍ତରୀ ଦଳ ଗ୍ରାମର ପାଣିର ନମୁନା ପରୀକ୍ଷା ଲାଗି ପଠାଇଛନ୍ତି।ଝାଡା ବାନ୍ତି ବ୍ୟାପିବାର କାରଣ ଏଯାଏ ଜଣା ପଡ଼ିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.