ପୁରୀ ପୌରାଞ୍ଚଳରେ ଆସୁଛି ଦୂଷିତ ପାଣି! ଝାଡାବାନ୍ତିରେ ଆକ୍ରାନ୍ତଙ୍କ ହୋଇ ଆଖି ବୁଜିଲେ ମହିଳା ସେବାୟତ

ପୁରୀ(କେନ୍ୟୁଜ୍): ପୁରୀ ପୌରାଞ୍ଚଳରେ ଦୂଷିତ ପାଣି ପିଇ ଝାଡାବାନ୍ତିରେ ଆକ୍ରାନ୍ତଙ୍କ ମୃତ୍ୟୁ । ପୁରୀ ବଡଡାକ୍ତରଖାନାରେ ଆଖି ବୁଜିଲେ ଜଣେ ମହିଳା ସେବାୟତ । ମୃତକ ହେଲେ ବାସନ୍ତୀ ଦାଶ । ପୁରୀ ବିମାନବଡୁ ସାହିର ବସନ୍ତି ଦାସ ଦୁଇତିନି ଦିନ ଧରି ଦୂଷିତ ପାଣି ପିଇ ପେଟ ରୋଗରେ ଆକ୍ରାନ୍ତ ଥିଲେ ।

ପରିବାର ଲୋକେ ଚିକିତ୍ସା ପାଇଁ ତାଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଦୂଷିତ ପାଣି ପିଇ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଏବେବି ଦୂଷିତ ପାଣି ଆସୁଥିବା ସାହିବସିନ୍ଦା ଅଭିଯୋଗ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.