ସ୍ୱାମୀଙ୍କ ମୃତ୍ୟୁ ଖବର ଶୁଣି ସ୍ତ୍ରୀ କରୁଥିଲେ ଆତ୍ମହତ୍ୟା, ଏବେ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି

କଟକ : ଦୁନିଆରେ ସ୍ୱାମୀ ସ୍ତ୍ରୀର ସମ୍ପର୍କ ଏମିତି ହୋଇଥାଏ ଯାହାକୁ ଶବ୍ଦରେ ବର୍ଣ୍ଣନା କରିବା ଟିକିଏ କଷ୍ଟ l ଅନେକ ସମୟରେ ଏମିତି ବି ଦେଖିବାକୁ ମିଳେ ଯେ ଏହି ସମ୍ପର୍କ ଏତେ ନିବିଡ଼ ହୋଇଯାଏ କି ଜଣେ ଆଉଜଣକୁ ଛାଡି ବଂଚିବା କଷ୍ଟ ହୋଇଯାଇଥାଏ l ପୂର୍ବରୁ ଏମିତି ଅନେକଥର ଦେଖିବାକୁ ମିଳିଛି ଯେଉଁଠି ଯେଉଁଠି ସ୍ୱାମୀର ମୃତ୍ୟୁରେ ମର୍ମାହତ ହୋଇ ସ୍ତ୍ରୀ ଆତ୍ମହତ୍ୟା କରିଛି ନଚେତ ସ୍ତ୍ରୀ ପାଇଁ ସ୍ୱାମୀ l ଠିକ ସେହିପରି ଏକ ଘଟଣା ଘଟିଛି କଟକ ଜିଲ୍ଲା ଭଦରେଶ୍ଵର ଫାଣ୍ଡି ଅଧିନ ଗୋତରା ପଂଚାୟତରେ l ତେବେ ଆସନ୍ତୁ ଜାଣିବା କଣ ଥିଲା ସମ୍ପୂର୍ଣ୍ଣ ଘଟଣା l

କଟକ ଜିଲ୍ଲା ପ୍ରହରାଜ ପୁର ଗ୍ରାମର ବସନ୍ତ ବେହେରାଙ୍କ ଏକମାତ୍ରା ପୁଅ ମାନସ ଗତ ମାର୍ଚ୍ଚ 11 ତାରିଖରେ ବାସୁଦେବପୁର ପଂଚାୟତ ବାଣପୁର ଗ୍ରାମର ବିଷ୍ଣୁଚରଣ ବେହେରାଙ୍କ ଝିଅ ଉସଶ୍ରୀଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ l ତେବେ ଆଜି ସକାଳ 9 ଟା ସମୟରେ ମାନସ ଅସୁଲପୁର ଠାରେ ଥିବା ନିଜ ହାର୍ଡୱେର ଦୋକାନ ଖୋଲିବାକୁ ଯାଇଥିଲେ, କିନ୍ତୁ କଣ ହେଲା କେଜାଣି ଦୋକାନ ଖୋଲା କରି ସେ ଉପର ମହଲାରେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଦେଇଥିଲେ l ସ୍ଥାନୀୟ ଲୋକେ ଝୁଲନ୍ତା ଅବସ୍ଥାରେ ମାନସକୁ ଉଦ୍ଧାର କରିଥିଲେ କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା l

ତେବେ ଏହି ଘଟଣା ଶୁଣିବା ପରେ ମାନସଙ୍କ ପତ୍ନୀ ଉସଶ୍ରୀ ମଧ୍ୟ ଘରେ ବେକରେ ଲୁଗା ସାହାଯ୍ୟରେ ଫ୍ୟାନରେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ l କିନ୍ତୁ ଠିକ ସମୟରେ ଗ୍ରାମବାସୀ ପହଂଚି ତାଙ୍କୁ ଉଦ୍ଧାର କରି କଟକ ବଡ଼ ମେଡିକାଲକୁ ନେଇଯାଇଥିଲେ l ବର୍ତ୍ତମାନ ସେଠାରେ ଉସଶ୍ରୀଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ICUରେ ରଖା ଯାଇ ଚିକିତ୍ସା କରାଯାଉଛି l ଏପଟେ ମାନସଙ୍କ ବାପା ବୋଉ କୌଣସି ଝଗଡା ହୋଇନଥିବା କହିଥିଲା ବେଳେ ଉସଶ୍ରୀଙ୍କ ଭାଇ ମଧ୍ୟ ଠିକ ସେହି କଥା କହିଛନ୍ତି l ତେବେ ଭଦରେଶ୍ଵର ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇବା ସହ ଶବ ବ୍ୟବଛେଦ ନିମନ୍ତେ କଟକ ପଠାଇଛନ୍ତି l ଏ ମୃତ୍ୟୁକୁ ନେଇ ଏବେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.