ରୋଷେଇ କରିବା ହେଲା କାଳ, ଚୂଲି ନିଆଁରେ ଜୀବନ୍ତ ଦଗ୍ଧ ହେଲେ ମହିଳା

ରୋଷେଇ କରୁଥିବା ବେଳେ ଚୂଲିରୁ ନିଆଁ ଲାଗି ଘର ସମେତ ମହିଳା ଜୀବନ୍ତ ଦଗ୍ଧ । ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ କୁଦମାନସିଂ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ଜଳେଶ୍ୱର (କେନ୍ୟୁଜ) : ରୋଷେଇ କରୁଥିବା ବେଳେ ଚୂଲିରୁ ନିଆଁ ଲାଗି ଘର ସମେତ ମହିଳା ଜୀବନ୍ତ ଦଗ୍ଧ । ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ କୁଦମାନସିଂ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନା ଅନୁଯାୟୀ, ଆଠବାଟିଆ ଗ୍ରାମର ଜୟନ୍ତୀ ବାରିକ କୁଦମାନସିଂ ଗ୍ରାମରେ ନିଜର ଚାଷଜମି ନିକଟରେ ଥିବା ଘରେ ରୋଷେଇ କରୁଥିବା ବେଳେ ଅସାବଧାନତା କାରଣରୁ ହଠାତ ଚୂଲିରୁ ନିଆଁ ଲାଗି ପୂରା ଘରେ ନିଆଁ ଲାଗି ଯାଇଥିଲା । ତେବେ ଜୟନ୍ତୀ ଘର ଭିତରୁ ବାହାରକୁ ବାହାରି ନପାରି ନିଆଁରେ ପୋଡି ହୋଇ ଘଟଣା ସ୍ଥଳରେ ମୃତ୍ଯୁ ବରଣ କରିଥିଲେ । ଖବରପାଇ ବାଲିଆପାଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ଯବଛେଦ ପାଇ ପଠାଇବା ସହ ଘଟଣାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.