କିମ୍ସ ଅଡିଟୋରିୟମରେ ଅନୁଷ୍ଠିତ ହେଲା ମହିଳା ଆର୍ଥେଲେଟଙ୍କ ସଶକ୍ତିକରଣ ଶୀର୍ଷକ ଆଲୋଚନାଚକ୍ର

କେନ୍ୟୁଜ୍(ବ୍ୟୁରୋ): ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଅବସରରେ କିମ୍ସ ଅଡିଟୋରିୟମରେ ମହିଳା ଆର୍ଥେଲେଟଙ୍କ ସଶକ୍ତିକରଣ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି । ଏହି ଅବସରରେ ଅଲିମ୍ପିକ୍ସ ଗୋଲ୍ଡକୋଷ୍ଟର ମୁଖ୍ୟ ଫିଜିଓଥେରାଫିଷ୍ଟ ଡକ୍ତର ପୂଣ୍ଣିମା ରମନ, ତୃପ୍ତି ମୁରକୁଣ୍ଡେ, ଅଲିମ୍ପିଆନ ଅନୁରାଧା ବିଶ୍ୱାଳ, ଆନ୍ତର୍ଜାତୀୟ ଆଥଲେଟ ପୂର୍ଣ୍ଣିମା ହେମ୍ବ୍ରମ ପ୍ରମଖ ଯୋଗ ଦେଇଥିଲେ । ଖେଳ ସମୟରେ ମହିଳା ଖେଳାଳି ସାମନା କରୁଥିବା ଆଘାତ ସମସ୍ୟା ଏବଂ ତାର ଉପଚାର, ମାସିକ ଋତୁସ୍ରାବ, ଗର୍ଭାବସ୍ଥା, ହର୍ମୋନ ଜନିତ ସମସ୍ୟା ସଂପର୍କରେ ଆଲୋଚନା କରାଯାଇଛି । ଏହି ସମୟରେ ଖେଳାଳି ଯେଭଳି ଡୋପ ଟେଷ୍ଟ ପ୍ରତି ଧ୍ୟାନ ଦେବେ ସେ ନେଇ ପରାମର୍ଶ ଦିଆଯାଇଛି । କାର୍ଯ୍ୟକାମରେ ଖେଳାଳି ମାନେ ସ୍ୱାସ୍ଥ୍ୟ ସମସ୍ୟା ଉପରେ ଅତିଥିଙ୍କୁ ପଚାରି ବୁଝିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.