ଭରତପୁର ଅଞ୍ଚଳରେ ହୋଲି ରଙ୍ଗ କରିବାକୁ ମନା କରିବାରୁ ମହିଳାଙ୍କୁ ସଂଘବଦ୍ଧ ଆକ୍ରମଣ

ଭରତପୁର ଥାନା ଅଂଚଳର ବାସିନ୍ଦା l ତାଙ୍କ ନାଁ ହେଉଛି ହେମଲତା l ପରିବାର ସହିତ ହେମ ଭରତପୁର ଅଞ୍ଚଳରେ ରୁହନ୍ତି l ହେମ ଆଜି ଦିପହରରେ ନିଜ ଘର ନିକଟରେ ଯାଉଥିବା ବେଳେ ସେହି ଅଂଚଳର ଜଣେ ବ୍ୟକ୍ତି ହେମଲତାଙ୍କୁ ହୋଲି ରଙ୍ଗ ଲଗାଇବାକୁ ଚାହିଁଲେ l କିନ୍ତୁ ହେମ ମନା କରିବାରୁ ବଚସା ହେଲା ଆଉ ହେମଲତାଙ୍କୁ ଉକ୍ତ ଯୁବକ ଓ ଯୁବକଙ୍କ ସହିତ ଆଉ କେତେ ଜଣ ମିଶି ଆକ୍ରମଣ କରି ଗୁରୁତର କରିଥିଲେ l ଫଳରେ ହେମଲତାଙ୍କ ପରିବାର ଲୋକେ ଥାନାରେ ହେମଲତାଙ୍କୁ ନେଇ ପହଞ୍ଚିଥିଲେ l

ଭୁବନେଶ୍ୱର(କେନ୍ୟୁଜ୍‌): କ୍ୟାପିଟାଲ ହସ୍ପିଟାଲ ଆସୁଚିକିତ୍ସା ସମ୍ମୁଖରେ ଜଣେ ମହିଳା ଷ୍ଟ୍ରେଚରେ ଶୋଇଥାନ୍ତି ଆଉ କହୁଥାନ୍ତି ସାର ମୋତେ ବଞ୍ଚାଇ ଦିଅନ୍ତୁ l ମୋ ପିଲା ଛୁଆ ସଂସାର କହି ଆଉଟୁପାଉଟୁ ହେଉଥିଲା ମହିଳା ଜଣଙ୍କ l ଏମିତି କହି ବାରମ୍ବାର ଚେତା ଶୁନ୍ୟ ହୋଇ ଯାଉଥାନ୍ତି l ଆଉ ପରିବାର ଲୋକ ପାଣି ମାରି ହୋସ୍ କୁ ଆଣୁଥାନ୍ତି l ଏମିତି ଆକ୍ରମଣର ଶିକାର ହୋଇଥାନ୍ତି ଯାହାକି ଅଳ୍ପ ସମୟ ଭିତରେ କିଛି ବି ଅଘଟଣ ଘଟିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ l ତେବେ ଘଟଣା କଣ ପଚାରି ବୁଝିବାରୁ ଜଣା ପଡିଲା l ଆଜି ଯେହେତୁ ରଙ୍ଗର ପର୍ବ ହୋଲି ଚାରି ଆଡେ ହୋଲିର ଆସର ଜମୁଛି l କିନ୍ତୁ ଏହି ହୋଲି ପର୍ବରେ ମହିଳାଙ୍କ ସହ ଯାହା ଘଟିଯାଇଛି ତାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ଆଉ ଏଭଳି ହରକତ୍‌ କୁ ଧିକାର କରିବେ ।

ଏହି ମହିଳା ଜଣଙ୍କ ହେଉଛନ୍ତି ଭରତପୁର ଥାନା ଅଂଚଳର ବାସିନ୍ଦା l ତାଙ୍କ ନାଁ ହେଉଛି ହେମଲତା l ପରିବାର ସହିତ ହେମ ଭରତପୁର ଅଞ୍ଚଳରେ ରୁହନ୍ତି l ହେମ ଆଜି ଦିପହରରେ ନିଜ ଘର ନିକଟରେ ଯାଉଥିବା ବେଳେ ସେହି ଅଂଚଳର ଜଣେ ବ୍ୟକ୍ତି ହେମଲତାଙ୍କୁ ହୋଲି ରଙ୍ଗ ଲଗାଇବାକୁ ଚାହିଁଲେ l କିନ୍ତୁ ହେମ ମନା କରିବାରୁ ବଚସା ହେଲା ଆଉ ହେମଲତାଙ୍କୁ ଉକ୍ତ ଯୁବକ ଓ ଯୁବକଙ୍କ ସହିତ ଆଉ କେତେ ଜଣ ମିଶି ଆକ୍ରମଣ କରି ଗୁରୁତର କରିଥିଲେ l ଫଳରେ ହେମଲତାଙ୍କ ପରିବାର ଲୋକେ ଥାନାରେ ହେମଲତାଙ୍କୁ ନେଇ ପହଞ୍ଚିଥିଲେ l ତାପରେ ଥାନା ଅଧିକାରୀ ହେମଲତାଙ୍କୁ ନେଇ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା କରାଇ ଘଟଣାର ତଦନ୍ତ କରି ଜଣଙ୍କୁ ଅଟକ ରଖିଛନ୍ତି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.