ହୋଲି ପାଳନର ନିର୍ଦ୍ଧାରିତ ସମୟ ସରିବା ପରେ ପୋଲିସ ନେଲା ଆକ୍ସନ, ସିଜ କଲା ଡିଜେ ମେସିନ

ନିର୍ଦ୍ଧାରିତ ସମୟ ସରିବା ପରେ ପୋଲିସ ନେଲା ଆକ୍ସନ । ରମାଦେବୀ କଲେଜ ଛକରେ ସିଜ କଲା ଡିଜେ ମେସିନ । ରାଜଧାନୀରେ ନିର୍ଦ୍ଧାରତି ସମୟ ଦିନ ୨ଟା ଯାଏ ହୋଲି ଉତ୍ସବ ପାଳନ ନେଇ ପୋଲିସ ଆଗରୁ ସୂଚନା ଦେଇଥିଲା ।

ଭୁବନେଶ୍ୱର : ନିର୍ଦ୍ଧାରିତ ସମୟ ସରିବା ପରେ ପୋଲିସ ନେଲା ଆକ୍ସନ । ରମାଦେବୀ କଲେଜ ଛକରେ ସିଜ କଲା ଡିଜେ ମେସିନ । ରାଜଧାନୀରେ ନିର୍ଦ୍ଧାରତି ସମୟ ଦିନ ୨ଟା ଯାଏ ହୋଲି ଉତ୍ସବ ପାଳନ ନେଇ ପୋଲିସ ଆଗରୁ ସୂଚନା ଦେଇଥିଲା । ହେଲେ ରମାଦେବୀ ମହିଳା ମହାବିଦ୍ୟାଳୟ ଆଗରେ ଦିନ ୨ଟା ପରେ ମଧ୍ୟ ତାଲୁଥିଲା ହୋଲି ପାର୍ଟି ।

ଏକାଠି ହୋଇ ଶତାଧିକ ଯୁବକ-ଯୁବତୀ କରୁଥିଲେ ଡ୍ୟାନସ ପାର୍ଟି। ରେକର୍ଡ ଗୀତ ଲଗାଇ ଉଚ୍ଚ ସ୍ୱରରେ ଏକାଠି ହୋଇ ନାଚୁଥିଲେ । ଏତିକି ବେଳେ ପହଞ୍ଚିଲା ସହିଦନଗର ଥାନା  ପୋଲିସ । ପ୍ରଥମେ ତାଗିଦ କରିଥିଲା । ହେଲେ ବନ୍ଦ ହୋଇ ନଥିଲା ନାଚ-ଗୀତ । ଫଳରେ ପୋଲିସ ଡିଜେ ମେସିନ ସିଜ କରିବାରୁ ହୋଲି ସେଲିବ୍ରେସନ ବନ୍ଦ ହୋଇଥିଲା । ସିଜ କରିଥିଲା ମେସିନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.