ଭାରତ ଆସିବେ ୟୁକ୍ରେନ୍ ବୈଦେଶିକ ମନ୍ତ୍ରୀ, ଶିଖର ସମ୍ମିଳନୀ ପାଇଁ ଲୋଡ଼ିବେ ସହଯୋଗ

ବୁଧବାର ଭାରତ ଆସିବେ ୟୁକ୍ରେନ୍ ବୈଦେଶିକ ମନ୍ତ୍ରୀ ଡିମିଟ୍ରି କୁଲେବା। ଏହା ତାଙ୍କର ପ୍ରଥମ ଭାରତ ଗସ୍ତ। ଦୁଇ ଦିନ ରହିବେ। ସ୍ବିଜରଲ୍ୟାଣ୍ଡରେ ହେବାକୁ ଥିବା ଶାନ୍ତି ଶିଖର ସମ୍ମିଳନୀ ପାଇଁ ଭାରତର ସହଯୋଗ ଲୋଡ଼ିବେ। କିଛି ଦିନ ତଳେ ମୋଦିଙ୍କ ସହ ଟେଲିଫୋନରେ କଥାବାର୍ତ୍ତା ବେଳେ ଏହି ପ୍ରସଙ୍ଗ ଉଠାଇଥିଲେ ଜେଲେନସ୍କି ।

ନୂଆଦିଲ୍ଲୀ : ବୁଧବାର ଭାରତ ଆସିବେ ୟୁକ୍ରେନ୍ ବୈଦେଶିକ ମନ୍ତ୍ରୀ ଡିମିଟ୍ରି କୁଲେବା । ଏହା ତାଙ୍କର ପ୍ରଥମ ଭାରତ ଗସ୍ତ। ଦୁଇ ଦିନ ରହିବେ । ସ୍ବିଜରଲ୍ୟାଣ୍ଡରେ ହେବାକୁ ଥିବା ଶାନ୍ତି ଶିଖର ସମ୍ମିଳନୀ ପାଇଁ ଭାରତର ସହଯୋଗ ଲୋଡ଼ିବେ । କିଛି ଦିନ ତଳେ ମୋଦିଙ୍କ ସହ ଟେଲିଫୋନରେ କଥାବାର୍ତ୍ତା ବେଳେ ଏହି ପ୍ରସଙ୍ଗ ଉଠାଇଥିଲେ ଜେଲେନସ୍କି ।

ସେପଟେ ଜାତିସଂଘରେ ଅସ୍ତ୍ରବିରତି ପ୍ରସ୍ତାବ ଗୃହୀତ ପରେ ବି ଗାଜାରେ ଯୁଦ୍ଧ ଜାରି ରହିଛି । ଜାତିସଂଘରେ ଯୁଦ୍ଧ ବିରତି ପ୍ରସ୍ତାବ ଗୃହୀତ ହେବା ପରେ ବି ଗାଜାରେ ଗର୍ଜୁଛି ବନ୍ଧୁକ । ଜାରି ରହିଛି ଯୁଦ୍ଧ । ରାଫାରେ ବୋମା ବର୍ଷା କରିଛି ଇସ୍ରାଏଲ ବିମାନ । ଏୟାର ଷ୍ଟ୍ରାଇକରେ ୧୮ ଜଣଙ୍କ ମୃତ୍ୟୁ ଘଟିଛି । ଗାଜାରେ ତୁରନ୍ତ ଯୁଦ୍ଧ ବିରତି ପାଇଁ ସୋମବାର ଜାତିସଂଘ ସୁରକ୍ଷା ପରିଷଦରେ ସଂକଳ୍ପ ପାରିତ ହୋଇଥିଲା । ସଂକଳ୍ପରେ ଯୁଦ୍ଧ ବିରତି ସହ ନିସର୍ତ୍ତ ଏବଂ ତୁରନ୍ତ ପଣବନ୍ଦୀଙ୍କ ମୁକ୍ତି ଦାବି କରାଯାଇଥିଲା। ପାରିତ ସଂକଳ୍ପ କାର୍ଯ୍ୟକାରୀ ନହେଲେ ଏହା ଅକ୍ଷମଣୀୟ ବୋଲି କୁହାଯାଇଥିଲା ।

ଜାତିସଂଘର ଏହି ପ୍ରସ୍ତାବରେ ଆମେରିକା ଭୋଟ ଦାନରୁ ବିରତ ରହିଥିଲା । ସଂକଳ୍ପ ସପକ୍ଷରେ ୧୪ ଭୋଟ ପଡ଼ିଥିଲା। ଜାତିସଂଘରେ ସଂକଳ୍ପ ଗୃହୀତ ହେବା ପରେ ବି ଯୁଦ୍ଧ ଜାରି ରହିଛି । ଇସ୍ରାଏଲ ଆକ୍ରମଣରେ ଏପର୍ଯ୍ୟନ୍ତ ୩୨ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଲାଣି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.