ଭୁବନେଶ୍ବର: ପଳାଶୁଣିର କପିଳେଶ୍ୱର ବିହାରରେ ଅଘଟଣ, ରାତି ଅଧରେ ଜଳିଗଲେ ମହିଳା

କେନ୍ୟୁଜ୍(ବ୍ୟୁରୋ): ରାଜଧାନୀରେ ରାତି ଅଧରେ ଜଳିଗଲେ ମହିଳା। ମଞ୍ଚେଶ୍ୱର ଥାନା ପଳାଶୁଣି କପିଳେଶ୍ୱର ବିହାରରେ ଅଘଟଣ। ଲେନ ନଂ ତିନିରେ ପ୍ରୀତିପ୍ରଜ୍ଞା ପରିଜାଙ୍କ ଦେହରେ ହଠାତ ନିଆଁ ଲାଗିଯାଇଥିଲା। ନିଜକୁ ବଞ୍ଚାଇବା ପାଇଁ ସେ ପଡ଼ୋଶୀଙ୍କୁ ସାହାଯ୍ୟ ମାଗିଥିଲେ। ପଡ଼ୋଶୀଙ୍କ ଠାରୁ ପୋଲିସ ଖବର ପାଇ ପ୍ରୀତିପ୍ରଜ୍ଞାଙ୍କୁ ଉଦ୍ଧାର କରିଥିଲେ। ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ନବବିବାହିତ ମହିଳା ଜଣକ ସ୍ୱାମୀଙ୍କ ସହ ସେଠାରେ ରହୁଥିବା ବେଳେ ତାଙ୍କ ଦେହରେ କିପରି ନିଆଁ ଲାଗିଲା ତାହା ଜଣାପ଼ଡିନାହିଁ। ମହିଳାଙ୍କୁ କଟକରେ ଚିକିତ୍ସା କରାଯାଉଥିବା କହିଛନ୍ତି ଡିସିପି ଉମାଶଙ୍କର ଦାସ। ତାଙ୍କ ସ୍ୱାମୀ ଓ ବନ୍ଧୁଙ୍କ ବୟାନ ରେକର୍ଡ ହୋଇଥିବା ସେ କହିଛନ୍ତି।

 

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.