ଯୌତୁକ ଜୁଇରେ ପୁଣି ଜଳିଲା ବୋହୂ, ହାତଗୋଡ ବାନ୍ଧି କିରାସିନି ଢାଳି ଜାଳି ଦେଲେ ଶାଶୁଘର ଲୋକ

ମାର୍ଶାଘାଇ (କେନ୍ୟୁଜ୍) : ଝିଅ ଜନମ ପରଘରକୁ । ଏଇ ଉକ୍ତିକୁ ନେଇ ସତରେ ସବୁ ଝିଅ ଦିନେ ନା ଦିନେ ଚାଲି ଯାଆନ୍ତି ପର ଘର ମାନେ ଶାଶୂ ଘରକୁ । ସେଠାରେ ବାପା, ମାଆ, ଭାଇ, ଉଭଣୀଙ୍କ ସ୍ଥାନରେ ପାଇଥାନ୍ତି ଶାଶୁ, ଶ୍ୱଶୁର ଏବଂ ନଣନ୍ଦ, ଦିଅରକୁ । ଦେଖିଥାନ୍ତି ଅନେକ ସ୍ବପ୍ନ । ହେଲେ ଯଦି ନିଜ ଘର ଛାଡି ଆସିଥିବା ଝିଅଟି ଶାଶୂ ଘରେ ଯୌତୁକ ଜୁଇର ଶିକାର ହେବ, ତେବେ ଝିଅ ଜନ୍ମ କରିବାକୁ କାହିଁକି ନଡରିବେ ସେହି ଜନ୍ମ କଲା ବାପା ମାଆ । ଏଇ ସମାଜର ଆଉ ଏକ ଡର ଯାହା ସବୁ ବାପା ମାଙ୍କ ମନରେ ଗଭୀର ଭାବେ ଗ୍ରାସ କରିଥିବ ।  ଆଜିକାଲ ଝିଅମାନେ କୌଣସି ଗୁଣରେ ପୁଅମାନଙ୍କ ଠାରୁ କମ୍ ନୁହନ୍ତି କିନ୍ତୁ ଏମିତି କେତେକ ରାକ୍ଷସ ରୂପୀ ମଣିଷଙ୍କ ପାଇଁ ଆଜି କେତେ ନିରୀହ ଝିଅ ଜଳି ଯାଉଛନ୍ତି ଯୌତୁକ ଜୁଇରେ ।

policeକେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଟିକିରି ବାଲିସୁଆଁ ଗାଁରୁ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଯୌତୁକ ଜୁଇରେ ପୁଣି ଜଳିଛି ଏକ ବୋହୂ । ଶାଶୁଘର ଲୋକ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ହାତଗୋଡ ବାନ୍ଧି କିରୋସିନି ଢାଳି ତାଙ୍କ ଦେହରେ ଶାଶୁଘର ଲୋକ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ତେବେ ବୋହୂ ସହିତ ୨ବଖରା ଘର ଜଳି ଯାଇଥିବାବେଳେ ବୋହୂ ଶରୀରର ୮୦ ପ୍ରତିଶତ ପୋଡିଯାଇଛି । ଗୁରୁତର ଅବସ୍ଥାରେ ତାକୁ କଟକ ଏସ୍‌ସିବିକୁ ସ୍ଥାନାନ୍ତର କରାଯାଇଛି। ବୋହୂର ଅଭିଯୋଗ ଆଧାରରେ ଶାଶୁ, ଶ୍ୱଶୁର ଓ ୨ଜଣ ନଣନ୍ଦଙ୍କୁ ମାର୍ଶାଘାଇ ପୋଲିସ ଅଟକ ରଖି ପଚରା ଉଚରା କରୁଛି।

 

Leave A Reply

Your email address will not be published.