କୋରାପୁଟ: ସ୍ୱାମୀ ସହ ଝଗଡ଼ାକରି ଜଲାପୁଟ ଜଳଭଣ୍ଡାରକୁ ଡେଇଁପଡିଲା ସ୍ତ୍ରୀ,ଚାଲିଛି ଖୋଜାଖୋଜି

କୋରାପୁଟ(କେନ୍ୟୁଜ୍):  ଜଲାପୁଟ ଜଳ ଭଣ୍ଡାରକୁ  ଡେଇଁ  ମହିଳାଙ୍କ ଆତ୍ମହତ୍ୟା ଅଭିଯୋଗ । ଚମ୍ପାପୁଟ ପୋଲ ନିକଟରେ ଜଲାପୁଟ ଜଳଭଣ୍ଡାରକୁ ଡେଇଁ ପଡିଥିବା ଅଭିଯୋଗ ହୋଇଛି। ପାଡୁଆ ପୋଲିସ ଓ ନନ୍ଦପୁର ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି ଚଲାଇଛନ୍ତି।

ସ୍ୱାମୀ ସହ ବାଇକରେ ଫେରୁଥୁବା ବେଳେ ଘଟିଛି ଏହି ଘଟଣା।  କୁକୁଡାପକ୍ଷୀ ଗ୍ରାମର ପଦ୍ମାଖରା ଓ ତାଙ୍କ ସ୍ୱାମୀ ପୂର୍ଣ୍ଣ ଖରା  ଦଶହରାପୁଜା ପାଇଁ ପୂଜାରିଗୁଡା ସମ୍ପର୍କିୟଙ୍କ ଘରକୁ ଯାଇଥିଲେ। ସେଠାରୁ ମୋଟର ସାଇକେଲ ନିଜ ଗ୍ରାମକୁ ଫେରୁଥୁବା ବେଳେ ଅଧାବଟରେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା। ଯାହଫଳରେ ପୂର୍ଣ୍ଣଖରାଙ୍କ ସ୍ତ୍ରୀ ଜଲାପୁଟ ଜଳ ଭଣ୍ଡାରକୁ  ଡେଇଁ ପଡିଥିଲେ। ଘଟଣାର ତଦନ୍ତ ଜାରି ରହିଥିବାନେଇ ନନ୍ଦପୁର ଏସଡିପିଓ ସଂଜୟ ମହାପାତ୍ରଙ୍କ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.