ଭୁବନେଶ୍ୱର : ଷଣ୍ଢ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଭୁବନେଶ୍ୱର ସାଆନ୍ତରାପୁର ନିକଟ ନୂଆଗାଁରେ ଜଣକର ଜୀବନ ନେଇଛି ଉନ୍ମତ୍ତ ଷଣ୍ଢ । ବିଜୟ ବିହାର ଅଞ୍ଚଳରେ ଷଣ୍ଢ ଆକ୍ରମଣରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ତାଙ୍କ ନାଁ ଭାବିନୀ ବରାଳ । ସେହିପରି ଷଣ୍ଢ ଆକ୍ରମଣରେ ୪ ଜଣ ଆହତ ମଧ୍ୟ ହୋଇଛନ୍ତି । ଏହାକୁ ନେଇ ସେହି ଅଞ୍ଚଳରେ ଏବେ ଉତ୍ତେଜନା ଲାଗି ରହିଛି । ସ୍ଥାନୀୟ ଲୋକେ ଷଣ୍ଢଟିକୁ ବାନ୍ଧି ରଖିବା ସହ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.