Below header

Maruti ଲଞ୍ଚ କଲା ସ୍ପୋର୍ଟି ଲୁକର Ciaz S, ମିଳିବ BS6 ଇଂଜିନ ସହିତ ଏହିସବୁ ଖାସ ଫିଚର୍ସ

ଦେଶର ସବୁଠାରୁ ବଡ଼ କାର କମ୍ପାନୀ Maruti Suzuki ନିଜର ମିଡ଼ସାଇଜ ସେଡାନ କାର Maruti Ciazକୁ ନୂଆ BS6 ଇଂଜିନ ସହିତ ଲଞ୍ଚ କରିଛି । ଏହା ହେଉଛି କମ୍ପାନୀର 11ତମ କାର ଯାହାକୁ BS6 ଇଂଜିନ ସହିତ ଲଞ୍ଚ କରାଯାଇଛି । ତେବେ କମ୍ପାନୀ ଏହାର ନାମ ରଖିଛି Ciaz S ବା ସ୍ପୋର୍ଟ୍ସ ଯାହାକୁ ନେକ୍ସା ସୋରୁମ ଦ୍ୱାରା ବିକ୍ରି କରାଯି । ତାହେଲେ ଆସନ୍ତୁ ଜାଣିବା କଣ ରହିଛି ଏହାର ସ୍ୱତନ୍ତ୍ରତା ।

Sporty Ciaz Rear

Maruti Ciaz S ହେଉଛି ସିୟାଜର ସ୍ପୋର୍ଟି ଭର୍ସନ ଯାହାକି ଟପ ବ୍ୟାରିଏଣ୍ଟ Alpha ଟ୍ରିମ ବେସ୍ଡ ରହିଛି । ଏଥିରେ ମାନୁଆଲ ଗିୟାରବକ୍ସ ସହିତ ତିନୋଟି ରଙ୍ଗ( Sangaria Red, Pearl Snow White ଏବଂ Premium Silver)ରେ ମାର୍କେଟକୁ ଅଣାଯାଇଛି ।

16 ଇଞ୍ଚର alloy wheels

Sporty Ciaz alloy wheels

ଏହି ଭର୍ସନରେ ସିଗ୍ନେଚର dual-tone sporty exteriors ଏବଂ ପଛରେ ବ୍ଲାକ ବଡି ସ୍ପାଏଲର୍ସ, ଟ୍ରକ ଲିଡ଼ ସ୍ପାଏଲର, ORVM କଭର ଏବଂ ଫ୍ରଣ୍ଟରେ ଲ୍ୟାମ୍ପ ଗର୍ଣ୍ଣିସ ମିଳିବ । ଏହା ବ୍ୟତୀତ ଡୁଆଲ ଟୋନ ଥିମ ସହିତ ଡାର୍କ 16 ଇଞ୍ଚ alloy wheels ମଧ୍ୟ ମିଳିବ । Maruti Ciaz Sର କ୍ୟାବିନ ଉପରକୁ ଆସିଲେ ଏଥିରେ ମଧ୍ୟ ଅଲ ବ୍ଲାକ ଥିମ ମିଳିବ ଏବଂ ଡୋର ଟ୍ରିମ ବ୍ୟତୀତ ଇନଷ୍ଟ୍ରୁମେଣ୍ଟ ପ୍ୟାନେଲ ଉପରେ ସିଲଭର ରଂଗର ଲାଇନିଙ୍ଗ ମିଳିବ । ଏହାଦ୍ୱାରା କାର ପ୍ରିମିୟମ ଏବଂ ସ୍ପୋର୍ଟି ଲାଗିଥାଏ ।

Maruti Ciaz S Interior

SHVS ମାଇଲ୍ଡ ହାଇବ୍ରିଡ଼ ଟେକ୍ନୋଲୋଜି

ଏହାର ଇଂଜିନ ଉପରକୁ ଆସିଲେ Maruti Ciaz S ରେ BS6 1.5 ଲିଟର ପେଟ୍ରୋଲ ଇଂଜିନ ଦିଆଯାଇଛି ଏବଂ ଏହି କାର SHVS ମାଇଲ୍ଡ ହାଇବ୍ରିଡ଼ ଟେକ୍ନୋଲୋଜି ସହିତ ଆସୁଛି ଯାହାକି 103.5 ବିଏଚପିର ପାୱାର ଏବଂ 138 ଏନଏମର ଟାର୍କ ଦେଇଥାଏ । ଏହି କାର 5-ସ୍ପିଡ଼ ମାନୁଆଲ ଗିୟରବକ୍ସ ଏବଂ 4 ସ୍ପିଡ଼ ଟାର୍କ କନଭର୍ଟର ସହିତ ଆସିଥାଏ । ତେବେ ସର୍ବଶେଷରେ କମ୍ପାନୀ Maruti Ciaz Sର ଦାମ 10.08 ଲକ୍ଷ ରଖିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.