ଯାଜପୁର : ଯୌତୁକ ନିର୍ଯାତନା ପାଇଁ ବଧୂ ହତ୍ୟା ଅଭିଯୋଗ

ଯାଜପୁର ଟାଉନ(କେନ୍ଯୁଜ୍) : ଯାଜପୁର ମଙ୍ଗଳପୁର ଥାନା କଂଟପଡ଼ା ଗାଁ ରେ ବଧୁହତ୍ୟା ଅଭିଯୋଗ । ମୃତ ମହିଳା ହେଲେ ପ୍ରଶାନ୍ତ ମହନ୍ତଙ୍କ ପତ୍ନି କବିତା ନାୟକ । ତାଙ୍କୁ ଶାଶୁ ଘର ଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏ ନେଇ କବିତା ଙ୍କ ବାପଘର ଲୋକେ ମଂଗଳପୁର ଥାନରେ ଲିଖିତ ଅଭିଯୋଗ କରିଛନ୍ତି ।

ଅଭିଯୋଗ ମୁତାବକ କବିତାକୁ ବିବାହ ପରଠାରୁ ଦୀର୍ଘ ୯ ବର୍ଷ ହେବ ଶାଶୁ ଘର ଲୋକେ ବିଭିନ୍ନ ନିର୍ଯାତନା ଦେଇଆସୁଥିଲେ । ଏପରିକି ବାପଘରୁ ଟଙ୍କା ଆଣିବାକୁ ଶାଶୁଘର ଲୋକେ ବାରମ୍ବାର ଦାବି କରୁଥିବା ଅଭିଯୋଗ ହୋଇଛି । ଅନେକ ସମୟରେ ନିର୍ଯ୍ୟାତନାରେ ଅତିଷ୍ଠ ହୋଇ କବିତା ତାକୁ ଶାଶୁ ଘରୁ ନେଇଯିବାକୁ ବାପା ପାଖକୁ ପୋଂନ କରୁଥିଲା ।

ଆଜି ସକାଳୁ କବିତାର ମୃତ୍ୟୁ ହୋଇଥିବା ଖବର ପାଇ ପରିବାର ଲୋକେ ଯାଜପୁର ମୁଖ୍ୟଡାକ୍ତରଖାନାରେ ପହଂଚିଥିଲେ । ଯୈାତୁକ ପାଇଁ କବିତାକୁ ହତ୍ୟା କରାଯାଇଥିବା ଥାନାରେ ପରିବାର ଲୋକେ ଅଭିଯୋଗ କରିବା ପରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.