ବିଜୟ ମାଲ୍ୟାଙ୍କ ଭାଗ ସେୟାର ବିକ୍ରି କରି ଶୁଝାଯିବ ୠଣ

ମଦ ବ୍ୟବସାୟୀ ମାଲ୍ୟାଙ୍କ କୋଟି କୋଟି ଟଙ୍କାର ସେୟାର ବିକ୍ରି କରାଯାଇ ୠଣ ପରିଶୋଧ କରାଯିବ । ମାଲ୍ୟାଙ୍କ ନାଁରେ ୧୦୦୦ କୋଟି ଟଙ୍କା ୠଣ ରହିଛି। ଆଣ୍ଟି ମନିଲଣ୍ଡ୍ରିଙ୍ଗ ଅଦାଲତ ବୁଧବାର ଦିନ ୟୁବିଏଲ କମ୍ପାନିରେ ମାଲ୍ୟାଙ୍କ ଭାଗ ଥିବା ସେୟାର ବିକ୍ରି କରିବା ପାଇଁ ଅନୁମତି ଦେଇଛନ୍ତି । ବ୍ୟାଙ୍କର ଋଣ ଶୁଝିବା ପାଇଁ ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତରଫରୁ ଏହି ସେୟାରକୁ ଜବତ କରାଯାଇଥିଲା ।
ୟୁନାଇଟଡେ ବେଭେରେଜ ଲିମିଟେଡ ତରଫରୁ ପିଏମଏଲଏ ଅଦାଲତରେ ଏହି ସେୟାର ବିକ୍ରି ରୋକିବା ପାଇଁ ଆବେଦନ କରାଯାଇଥିଲା । ହେଲେ କୋର୍ଟ ପାଖରେ କୌଣସି ପ୍ରସ୍ତାବିତ ବିକ୍ରିକୁ ରୋକିବା ପାଇଁ ଅଧିକାର ନାହିଁ ବୋଲି ର୍ଦଶାଇ ଥିଲେ ।
ବିଏସଇରେ ୟୁବିଏଲର ସେୟାରର ମୂଲ୍ୟ ଦୁଇଗୁଣ ବଢି ପ୍ରତି ସେୟାର ୧୩୭0ରେ ପହଞ୍ଚି ଯାଇଥିଲା । ଏଥିରେ ମାଲ୍ୟାଙ୍କ ଭାଗ ୭୪ଲକ୍ଷ ୪ହଜାର ୯୩୨ । ସେୟାରର ବିକ୍ରିରେ ମୋଟ୍‌ ୯୯୯ କୋଟି ଟଙ୍କା ମିଳିବ ବୋଲି ଆଶା କରାଯାଉଛି । ୟୁବିଏଲରେ ର୍ସବାଧିକ ୪୪ ପ୍ରତିଶତ ଭାଗ ବିୟର ନିର୍ମାତା କମ୍ପାନି ହନି କେନ୍‌ର ଅଛି । ମାଲ୍ୟାଙ୍କ ସେୟାର ବିକ୍ରି ପାଇଁ ପୂର୍ବ ମାସରେ ଏସବିଆଇ ତରଫରୁ ଅପିଲ କରାଯାଇଥିଲା । ଯାହା ପରେ ବ୍ୟାଙ୍କ ୨.୮ ପ୍ରତିଶତ ଭାଗିଦାର ନେବା ପାଇଁ କର୍ଣ୍ଣାଟକ ହାଇକୋର୍ଟରେ ଅପିଲ କରାଯାଇଥିଲା
କୋର୍ଟର ଦେଖାରଖାରେ ଅଛି ସେୟାର
ମାଲ୍ୟାଙ୍କ ଭାଗ ଥିବା ୭୪ ଲକ୍ଷ ସେୟାରକୁ କୋର୍ଟ ତରଫରୁ ନିଯୁକ୍ତ ହୋଇଥିବା ଋଣ ଆଦାୟକାରୀ ଅଧିକାରୀଙ୍କ ପାଖରେ ରଖାଯାଇଥିଲା । ଏହାକୁ ଇଡି ମାଲ୍ୟାଙ୍କ ବିରୋଧରେ ମନି ଲଣ୍ଡ୍ରିଙ୍ଗ ମାମଲାର ଯାଞ୍ଚ କରି ଜବତ କରିଥିଲା ଓ ଋଣ ଆଦାୟ ଟ୍ରିବ୍ୟୁନାଲର ଅଧିକାରୀ ପୂର୍ବ ମାସରେ ଏହାକୁ ବିକିବାକୁ ନୋଟିସ ଜାରି କରିଥିଲେ । ଏହାର ବିରୋଧରେ ୟୁବିଏଚଏଲ ଗତ ଶୁକ୍ରବାର ଦିନ ପିଟିସନ ଦେଇଥିଲେ ।
ମାଲ୍ୟାଙ୍କ ଠାରୁ ଏହି ଋଣ ବ୍ୟାଙ୍କଠାରୁ ନିଆଯାଇଥିବା ୬,୨୦୩ କୋଟିର ପରିଶୋଧ କରାଯିବ । ସୁଧ ଓ ଜରିମାନା ମିଶି ୯୦୦୦ କୋଟି ଟଙ୍କା ହୋଇଛି । ତେଣୁ ଏହାକୁ ଶୁଝିବାକୁ ଯାଇ ସେୟାର ବିକ୍ରି କରାଯିବ ବୋଲି ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.