କେନ୍ଦୁଝର: ପୁଣି ଫେଲ୍ ମାରିଲା ଜନନୀ ସୁରକ୍ଷା ଯୋଜନା, ଗଛ ମୂଳେ ଶିଶୁ କନ୍ୟାକୁ ଜନ୍ମ ଦେଲେ ମହିଳା

ବାଂଶପାଳ(କେନ୍ୟୁଜ୍): ଜନନୀ ସୁରକ୍ଷା ଯୋଜନା ପୁଣି ଫେଲ୍‌ ମାରିଲା । ଖୋଲା ପଡ଼ିଆରେ ପ୍ରସବ କଲେ ମହିଳା । ମେଡିକାଲ୍‌ ମାଆ ଗୃହରେ ମହିଳାଙ୍କୁ ଆଡମିଟ୍‌ କରାଯାଇ ନଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲା ବାଂଶପାଳରେ । ଗତକାଲି କାଦଡିହା ଗାଁର ପୂର୍ଣ୍ଣ ମୁଣ୍ଡାଙ୍କ ସ୍ତ୍ରୀ ରଜନୀ ମୁଣ୍ଡାଙ୍କର ପ୍ରସବ ଯନ୍ତ୍ରଣା ହୋଇଥିଲା । ଏହାପରେ ତାଙ୍କୁ ବାଂଶପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିଆଯାଇଥିଲା । ତେବେ ସେଠାରେ ତାଙ୍କୁ ଆଡମିଟ୍‌ କରା ନଯିବାରୁ ସେ ବସ୍‌ ଯୋଗେ ଘରକୁ ଫେରିଥିଲେ । ଚାଲି ଚାଲି କୁଶକଳାରୁ ଫେରିବା ବେଳେ ରାସ୍ତାରେ ଏକ ଗଛ ମୂଳେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ପରେ ଗାଁ ଲୋକ ଆମ୍ବୁଲାନ୍ସ ଡାକି ତାଙ୍କୁ ବାଂଶପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ମାଆ ଓ ଛୁଆ ଏବେ ସୁସ୍ଥ ଅଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.