ଇନସୁରାନ୍‌ସ ଟଙ୍କା ହାତେଇବାକୁ ମହିଳାଙ୍କୁ ହତ୍ୟା

କେନ୍ଦ୍ରାପଡ଼ା(କେନ୍ୟୁଜ୍): ଇନସୁରାନ୍‌ସ ଟଙ୍କା ହାତେଇବାକୁ ମହିଳାଙ୍କୁ ହତ୍ୟା। ହତ୍ୟାର ଦଶ ଦିନ ପରେ ଖୋଲିଲା ମହିଳାଙ୍କ ମୃତ୍ୟୁ ରହସ୍ୟ । ଦଶଦିନ ତଳେ କେନ୍ଦ୍ରାପଡ଼ା ସଦର ଥାନା ଛନକା ଗାଁର ସସ୍ମିତା ନାୟକ ନିଖୋଜ ହୋଇଯାଇଥିଲେ । ସସ୍ମିତାଙ୍କ ଝିଅ ଅନିତା ବିଶ୍ୱାଳଙ୍କ ଏତଲା ପରେ କେନ୍ଦ୍ରାପଡ଼ା ସଦର ଥାନା ପୋଲିସ ବିଲବଳରାମପୁର ନିକଟ ଲୁଣାନଦୀ ପଠାରୁ ତାଙ୍କ ମୃତଦେହ ଉଦ୍ଧାର କରିଥିଲା । ଏ ଘଟଣାର ତଦନ୍ତ ପରେ ସସ୍ମିତାଙ୍କ ସାବତ ପୁଅ ସନ୍ତୋଷ ବିଶ୍ୱାଳ, ବୋହୂ ଦେବସ୍ମିତା ବିଶ୍ୱାଳ ଓ ସନ୍ତୋଷର ସାଙ୍ଗ ଦୁଃଖିଶ୍ୟାମ ନାୟକକୁ ଗିରଫ କରିଛି ପୋଲିସ । ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଦୀପ କୁମାର ରାଉତ ଏବେ ବି ଫେରାର୍‌ ଅଛି । ସସ୍ମିତାଙ୍କୁ ଘରେ ହତ୍ୟା ପରେ ଏକ ଅଖାରେ ଭର୍ତ୍ତି କରି ଲୁଣା ନଦୀକୁ ଫିଙ୍ଗି ଦେଇଥିଲେ । ସମ୍ପତ୍ତି ଏବଂ ମୃତ ସସ୍ମିତାଙ୍କ ସ୍ୱାମୀ ଅଲେଖ ବିଶ୍ୱାଳଙ୍କ ଇନ୍‌ସୁରାନ୍ସ ଟଙ୍କା ପାଇବା ଲୋଭରେ ଏହି ଜଘନ୍ୟ ହତ୍ୟାକାଣ୍ଡ କରାଯାଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.