ଅସ୍ତରଙ୍ଗଥାନା ପାଟସୁନ୍ଦର ଗାଁରେ ଅଭାବନୀୟ ଘଟଣା: ପାରିବାରିକ କଳହକୁ ନେଇ ମହିଳାଙ୍କୁ ଅକଥନୀୟ ମାଡ

କାକଟପୁର: ମହିଳା ଦିବସରେ ମହିଳାଙ୍କୁ ଅକଥନୀୟ ମାଡ । ନିସ୍ତୁକ ପିଟିଲେ ଲୋକେ । ଘଟଣା ଘଟିଛି ଅସ୍ତରଙ୍ଗଥାନା ପାଟସୁନ୍ଦର ଗାଁରେ । ପାରିବାରିକ କଳହ ଓ ଜମିବାଡି ଗଣ୍ଡଗୋଳକୁ ନେଇ ଆକ୍ରମଣ ହୋଇଥିବା ଜଣାପଡ଼ିଛି ।

ହାତରେ ମାରଣାସ୍ତ୍ର ଧରି ଯୁବତୀ ଓ ମହିଳାଙ୍କ ଉପରକୁ ଆକ୍ରମଣ କରିଥିଲେ । ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ଅସ୍ତରଙ୍ଗ ଥାନାରେ ମାମଲା ରୁଜୁ ହୋଇଛି । ୫ ଜଣଙ୍କ ଥାନାରେ ଅଭିଯୋଗ ହୋଇଛି । ପୋଲିସ କାହାରିକୁ ଗିରଫ କରିନଥିବା ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.