ଗାଁ ମାଟିରେ ପହଞ୍ଚିଲେ ଭଗବାନ ଭତ୍ରା ଏବଂ ତପନ ମଣ୍ଡଳ, ବନ୍ଦାପନା କରି ନେଲେ ପାଛୋଟି

ଜନ୍ମମାଟି ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ବ୍ଲକ ତାଲବେଡ଼ା ଗ୍ରାମରେ ପହଞ୍ଚିଲେ ଶ୍ରମିକ । ପହଞ୍ଚିବା ମାତ୍ରେ ପରିବାର ଓ ଗ୍ରାମବାସୀ ଙ୍କ ତରଫରୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା। ଆଦିବାସୀ ଙ୍କ ପାରମ୍ପରିକ ରୀତି ଅନୁସାରେ ଭଗବାନ ଙ୍କ ସ୍ଵାଗତ କରାଯାଇଥିଲା ।

ଭଗବାନ୍‌ଙ୍କ ଆର୍ଶୀବାଦ ସୌଭାଗ୍ୟକୁ ଟନେଲରୁ ବାହାରି ପାରିଛନ୍ତି ଶ୍ରମିକ ମାନେ । ଦୀର୍ଘ ୧୭ ଦିନର ସଂଘର୍ଷ ପରେ ନୂଆ ଜୀବନ ପାଇଛନ୍ତି ଏହି ଶ୍ରମିକ। ସବୁ ପ୍ରତୀକ୍ଷାର ଅନ୍ତ ଘଟି ଶେଷରେ ଘରକୁ ଫେରିଛନ୍ତି । ନିଜ ଜନ୍ମମାଟିରେ ପହଞ୍ଚିଥିବା ବେଳ ସେମାନେ ନିଜେ ଯେତିକି ଖୁସି ହୋଇଛନ୍ତି ତାଠୁ ଅଧିକ ଖୁସି ହୋଇଛନ୍ତି ପରିବାର ଆତ୍ମୀୟ ସ୍ୱଜନ। ଭଗବାନଙ୍କୁ ଦେଖି ଖୁସିରେ ସମସ୍ତଙ୍କ ଆଖିରୁ ଝରିପଡ଼ୁଛି ଲୁହ।

ଉତ୍ତରାଖଣ୍ଡ ଉତ୍ତରକାଶୀର ଟନେଲରେ ଫଶି ଥିବା ୫ ଜଣ ଓଡ଼ିଆ ଶ୍ରମିକ ଭୁବନେଶ୍ୱର ପହଂଚି ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ କରିବା ପରେ ମୁଖ୍ୟମନ୍ତ୍ରୀ ୫ ଓଡ଼ିଆ ଶ୍ରମିକ ମାନଙ୍କୁ 2 ଲକ୍ଷ ଲେଖାଏଁ ସହାୟତ ରାଶି ପ୍ରଦାନ କରିଛନ୍ତି । ଏଥି ସହ ଶ୍ରମିକ ମାନଙ୍କୁ ସମର୍ଦ୍ଧନା ଦେବା ପରେ ନିଜ ନିଜ ଗାଁ କୁ ପଠାଇ ଥିବା ବେଳେ ଜନ୍ମମାଟି ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ବ୍ଲକ ତାଲବେଡ଼ା ଗ୍ରାମରେ ପହଞ୍ଚିଲେ ଶ୍ରମିକ । ପହଞ୍ଚିବା ମାତ୍ରେ ପରିବାର ଓ ଗ୍ରାମବାସୀଙ୍କ ତରଫରୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା। ଆଦିବାସୀଙ୍କ ପାରମ୍ପରିକ ରୀତି ଅନୁସାରେ ଭଗବାନଙ୍କ ସ୍ଵାଗତ କରାଯାଇଥିଲା । ମହିଳା ମାନେ ଫୁଲ ଓ ଦୀପ ଧରି ହୁଳହୁଳି ଦେଇ ସ୍ବାଗତ କରିଥିଲେ। ଏଥି ସହ ପାରମ୍ପରିକ ବାଦ୍ୟର ତାଳେ ତାଳେ ନାଚିଥିଲେ ଗ୍ରାମବାସୀ । ନାଚ ଗୀତ ସହ ବାଣ ଫୁଟାଇ ସ୍ଵାଗତ କରାଯାଇଥିଲା। ଆନନ୍ଦ ଉଲ୍ଲାସରେ ପୁରି ଉଠିଥିଲା ପୂରା ଗାଁ। ଏହି ସ୍ଵାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ଶ୍ରମ ଅଧିକାରୀ ଉପସ୍ଥିତ ଥିଲେ । ଡ଼ାବୁଗାଁ ବିଧାୟକ ମନୋହର ରନ୍ଧାରି ସ୍ବାଗତ ଉତ୍ସବ ରେ ସାମିଲ ହୋଇଥିଲେ। ବିଧାୟକ ଗ୍ରାମବାସୀଙ୍କ ସହମିଶି ନାଚ କରିଥିଲେ। ଭଗବାନ ପରିବାର ସଦସ୍ୟଙ୍କୁ ଦେଖି ଖୁସିରେ ଭାବ ବିହ୍ୱଳ ହୋଇପଡ଼ିଥିଲେ । ପରିବାର ସଦସ୍ୟ ମଧ୍ୟ ବହୁତ ଖୁସି ହେବା ସହ ଶୋଭାଯାତ୍ରାରେ ଭଗବାନ ଭତ୍ରାଙ୍କୁ ପାଛୋଟି ଘରକୁ ନେଇଥିଲେ।

ସେହିପରି ୫ଜଣଙ୍କ ମଧ୍ୟ୍ୟରେ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ସାନକୃଷ୍ଣପୁର ପଞ୍ଚାୟତ ଚାଳିଶ ଚେନ ଗ୍ରାମର ତପନ ମଣ୍ଡଳ. ନିଜ ଜନ୍ମ ମାଟିରେ ପହଂଚିବା ପରେ ତପନକୁ ପଞ୍ଚାୟତର ସରପଞ୍ଚ ସସ୍ମିତା ନାୟକଙ୍କ ସମେତ ଗ୍ରାମବାସୀ ଶଙ୍ଖ ହୁଳହୁଳି ସହିତ ବାଣ ରୋଷଣୀ ଫୁଟାଇବା ବନ୍ଦାପନା କରି ଘରକୁ ପାଛୋଟି ଆଣିଥିଲେ. ପୁଅକୁ ପାଖରେ ପାଇ ମାଆଙ୍କ ସମେତ ଗ୍ରାମବାସୀ କାନ୍ଦ ବୋଲାଳିରେ ଫାଟି ପଡିଥିଲା ଗାଁ ଦାଣ୍ଡ. ପରେ ଖୁସିର ଲହରୀ ଖେଳିଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.