Below header

ପଓ୍ଵନ ସିଂଙ୍କ ପତ୍ନୀଙ୍କ ଅଭିଯୋଗକୁ ମୁହଁ ଖୋଲିଲେ ଅଭିନେତ୍ରୀ ଅକ୍ଷରା ସିଂ

ପୱନ ସିଂଙ୍କ ଦ୍ୱିତୀୟ ପତ୍ନୀ ଜ୍ୟୋତି ସିଂ ଭୋଜପୁରୀ ଅଭିନେତ୍ରୀ ଅକ୍ଷରା ସିଂଙ୍କ ବିରୋଧରେ ଏକ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ଅକ୍ଷରା ସିଂ ଏହି ଅଭିଯୋଗ ଉପରେ ନୀରବତା ଭାଙ୍ଗିଛନ୍ତି । ଗତ କିଛି ଦିନ ପୂର୍ବରୁ ସେ ଏକ ଇନ୍‌ଣ୍ଟର ଭ୍ୟୁ ରେ ଅକ୍ଷରା ଏହି ସବୁ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି । 

ଭୋଜପୁରୀ ଷ୍ଟାର ପୱନ ସିଂଙ୍କ ଦ୍ୱିତୀୟ ପତ୍ନୀ ଜ୍ୟୋତି ସିଂ ଭୋଜପୁରୀ ଅଭିନେତ୍ରୀ ଅକ୍ଷରା ସିଂଙ୍କ ବିରୋଧରେ ଏକ ଅଭିଯୋଗ କରିଛନ୍ତି । ଜ୍ୟୋତି କହିଥିଲେ ଯେ ଅକ୍ଷରାଙ୍କ କାରଣରୁ ତାଙ୍କ ବିବାହିତ ଜୀବନ ଖରାପ ହୋଇଯାଇଛି ।  କେବଳ ଏତିକି ନୁହେଁ ଜ୍ୟୋତି ଅଭିଯୋଗ କରିଛନ୍ତି ଯେ ଅକ୍ଷରା ୩ ମାସର ଗର୍ଭବତୀ ଥିଲେ ଏବଂ ତାଙ୍କ ସ୍ୱାମୀଙ୍କ ପିଲାର ମା ହେବାକୁ ଯାଉଛନ୍ତି । ବର୍ତ୍ତମାନ ଅକ୍ଷରା ସିଂ ଏହି ଅଭିଯୋଗ ଉପରେ ନୀରବତା ଭାଙ୍ଗିଛନ୍ତି । ଗତ କିଛି ଦିନ ପୂର୍ବରୁ ସେ ଏକ ଇନ୍‌ଣ୍ଟର ଭ୍ୟୁ ରେ ଅକ୍ଷରା ଏହି ସବୁ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି ।
ସୂଚନା ମୁତାବକ, ଅକ୍ଷରା ସିଂ ଇନ୍‌ଣ୍ଟର ଭ୍ୟୁ କିଛି ଏପରି କହିଛନ୍ତି, ଯେ ‘ନଜାଣି କାହା ଉପରେ ମନ୍ତବ୍ୟ ଦେବା ଉଚିତ୍ ନୁହେଁ । ବିଶେଷ ଭାବେ ଜଣେ ମହିଳା ଅନ୍ୟ ମହିଳାଙ୍କ ବିଷୟରେ ଏପରି କହିବା ଉଚିତ୍ ନୁହେଁ । ଏହା ସହ ଅକ୍ଷରା ଏପରି ମଧ୍ୟ କହିଛନ୍ତି କି ‘ମୋ ମନରେ ତାଙ୍କ ପ୍ରତି ମୋର ସହାନୁଭୂତି ଅଛି କାରଣ ସେ ଏହି ସମୟରେ ବହୁତ ଅସୁବିଧାରେ ଅଛନ୍ତି । ଅନେକ ଥର ଲୋକମାନେ ନିଜେ ବୁଝି ନପାରି ବହୁତ କିଛି କହିଥାନ୍ତି । କିନ୍ତୁ ଏହି ସବୁ ଜିନିଷକୁ ଟାଣିବା ଭଲ ନୁହେଁ । ଏପରି ମଧ୍ୟ ଯେତେବେଳେ ମୁଁ କାହାକୁ ଜାଣେ ନାହିଁ । ଯେଉଁମାନଙ୍କ ନାମ ନିଆଯାଉଛି ସେମାନଙ୍କୁ ମୁଁ ୨୦୧୮ ପରେ ଜାଣେ ନାହିଁ ।
ସେହି ଇନ୍‌ଣ୍ଟର ଭ୍ୟୁ ଯେତେବେଳେ ଅଭିନେତ୍ରୀଙ୍କୁ ପଚରାଗଲା ଯେ ଏହା ଆପଣଙ୍କ ଇମେଜ୍‌ ଉପରେ ଖରାପ ପ୍ରଭାବ ପକାଇଛି କି ? ଏହାକୁ ନେଇ ଅଭିନେତ୍ରୀ କହିଛନ୍ତି, ‘ଯଦି କେହି ମୋ ନାମ ନେଇ କିଛି କହିବେ, ଏହାର ଅର୍ଥ ନୁହେଁ ଯେ ମୁଁ ଭୁଲ୍ କରିଛି’ । ମୁଁ ମୋର କାମ କରୁଛି ଏବଂ କାମ ପାଇଁ ଟ୍ରାଭେଲ କରୁଛି । ସେଥିପାଇଁ ମୁଁ ଏହି ସବୁ ଜିନିଷ ବିଷୟରେ ଚିନ୍ତା କରେ ନାହିଁ  ।
ଜ୍ୟୋତି ସିଂ ପୱନ ସିଂଙ୍କ ଦ୍ୱିତୀୟ ସ୍ତ୍ରୀ ପୱନ ସିଂଙ୍କ ପ୍ରଥମ ସ୍ତ୍ରୀଙ୍କର ରହସ୍ୟମୟ ଭାବରେ ମୃତ୍ୟୁ ହୋଇଥିଲା ।  ଏହାସହ ବର୍ତ୍ତମାନ ପୱନଙ୍କ ଦ୍ୱିତୀୟ ବିବାହ ମଧ୍ୟ ଅସୁବିଧାରେ ପଡିଛି । ପୱନ ସିଂଙ୍କ ସ୍ତ୍ରୀ ଜ୍ୟୋତି ପୱନ ସିଂଙ୍କ ବିରୋଧରେ ଏପରି  ଅଭିଯୋଗ ଆଣିଛନ୍ତି । ଜ୍ୟୋତି କହିଛନ୍ତି ଯେ ପୱନ ତାଙ୍କୁ କେବେବି ସ୍ତ୍ରୀର ମାନ୍ୟତା ଦେଇନାହାଁନ୍ତି । ଏପରିକି ନିର୍ଯାତନା ଦେବା ସହ ମାରୁଛନ୍ତି ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.