Below header

ଆଇଟି ହବ୍ ଭୁବନେଶ୍ବର, ଆଜି ଆକସେଞ୍ଚର ଅଫିସ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଆଇଟି ହବ୍ ପାଲଟିଛି ଭୁବନେଶ୍ବର । ଓଡ଼ିଶା ମୁହାଁ ଦେଶ ବିଦେଶର ଆଇଟି କମ୍ପାନୀ । ଗୋଟିଏ ପରେ ଗୋଟିଏ କମ୍ପାନୀ ଭୁବନେଶ୍ବରରେ ଅପରେସନ୍ କେନ୍ଦ୍ର ଖୋଲୁଛନ୍ତି । ଆଜି ଭୁବନେଶ୍ବରରେ ବିଶ୍ୱର ନାମୀ ଆଇଟି କମ୍ପାନୀ ଆକସେଞ୍ଚର ଅଫିସ ଉଦଘାଟିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିବେ ।

ଭୁବନେଶ୍ୱର (କେନ୍ୟୁଜ): ଆଇଟି ହବ୍ ପାଲଟିଛି ଭୁବନେଶ୍ବର । ଓଡ଼ିଶା ମୁହାଁ ଦେଶ ବିଦେଶର ଆଇଟି କମ୍ପାନୀ । ଗୋଟିଏ ପରେ ଗୋଟିଏ କମ୍ପାନୀ ଭୁବନେଶ୍ବରରେ ଅପରେସନ୍ କେନ୍ଦ୍ର ଖୋଲୁଛନ୍ତି । ଆଜି ଭୁବନେଶ୍ବରରେ ବିଶ୍ୱର ନାମୀ ଆଇଟି କମ୍ପାନୀ ଆକସେଞ୍ଚର ଅଫିସ ଉଦଘାଟିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିବେ । ନିକଟରେ ଆଇଟି ଓ ପ୍ରଫେସନାଲ କନସଲଟିଂ କମ୍ପାନୀ ଡେଲୋଏଟ ଓ ଗନିଜାଣ୍ଟ ଭୁବନେଶ୍ବରରେ ନିଜ କାର୍ଯ୍ୟାଳୟ ଖୋଲିଥିଲା । ଆଇବିଏମ୍, ଇୱାଇ, ପିଡବ୍ଲୁସି, କନସେଣ୍ଟ୍ରିକ୍ସ, ଇନଫୋସିସ୍, ୱିପ୍ରୋ, ମାଇଣ୍ଡ ଟ୍ରି, ଟିସିଏସ୍ ଓ ଅନ୍ୟାନ୍ୟ ଆଇଟି କମ୍ପାନୀ ଓଡ଼ିଶାରେ ସେମାନଙ୍କ କେନ୍ଦ୍ର ଖୋଲି ସାରିଛନ୍ତି । ଆହୁରି ଅନେକ କମ୍ପାନୀ ଓଡ଼ିଶାରେ ସେମାନଙ୍କ କେନ୍ଦ୍ର ପ୍ରତିଷ୍ଠା ପାଇଁ ଇଚ୍ଛୁକତା ପ୍ରକାଶ କରିଛନ୍ତି ।

ପୂର୍ବ ଭାରତରେ ଭୁବନେଶ୍ବର ଆଇଟି କ୍ୟାପିଟାଲ ଭାବରେ ପରିଗଣିତ ହେଉଛି । ମେକ୍ ଇନ୍ ଓଡ଼ିଶାର ସଫଳତା ପରେ ବହୁ ବଡ଼ ବଡ଼ ଆଇଟି କମ୍ପାନୀ ଓଡ଼ିଶାକୁ ଆସିବାକୁ ଇଚ୍ଛା କରୁଛନ୍ତି । ସେମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକ ଜାଗା ଓ ଗୃହ ଯୋଗାଇ ଦେବା ପାଇଁ ପଦକ୍ଷେପ ନିଆଯାଇଛି । ଯାହାଦ୍ୱାରା ଓଡ଼ିଶାରେ ଆଇଟି କ୍ଷେତ୍ରରେ ଅଧିକରୁ ଅଧିକ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ପ୍ରଥମ ଆଇଟି କମ୍ପାନୀ ଭାବରେ ଓଡ଼ିଶାରେ ପାଦ ଥାପିଥିଲା ଇନଫୋସିସ୍ । ତାପରେ ଦେଶ ବିଦେଶର ଅନ୍ୟ ଜଣାଶୁଣା କମ୍ପାନୀ ଆସିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.