ଏଥର ମନ ପସନ୍ଦର ସ୍ୱପ୍ନ ଦେଖିବ ମଣିଷ, ଡ୍ରିମ୍‌ କଣ୍ଟ୍ରୋଲ କରିବା ପାଇଁ ଆସିଲା ନୂଆ ଡିଭାଇସ୍‌

ଯଦି ଆପଣ ନିଜ ସ୍ୱପ୍ନକୁ କଣ୍ଟ୍ରୋଲ କରିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ଏକ ନୂଆ ଟେକ୍ନୋଲୋଜି ଆସିଛି । ବର୍ତ୍ତମାନ ଆପଣ ନିଜ ସ୍ୱପ୍ନର ଦୁନିଆକୁ କଣ୍ଟ୍ରୋଲ କରିପାରିବେ ।

ସ୍ୱପ୍ନ ହେଉଛି ଏକ ସୁନ୍ଦର ଅନୁଭୂତି । ଏହା ପଛରେ କଣ ରହସ୍ୟ ରହିଛି ସେ ବିଷୟରେ ଜାଣିବାକୁ ମଣିଷ ସବୁବେଳେ ଚେଷ୍ଟା କରେ । ଆପଣ ଯେଉଁ ସ୍ୱପ୍ନ ଦେଖନ୍ତି ତାହା କେତେବେଳେ ଭଲ ଥାଏ ତ କେତେବେଳେ ଖରାପ ଥାଏ । ମଣିଷ ସ୍ୱପ୍ନରେ ଯାହା ଦେଖେ ତାହା ବାସ୍ତବ ଜୀବନ ଠାରୁ ଅଲଗା ହୋଇଥାଏ । କିନ୍ତୁ ମଣିଷ ବେଳେବେଳେ ନିଜ ସ୍ୱପ୍ନରେ ପରିବର୍ତ୍ତନ ଆଣିବାକୁ ଚାହେଁ । ଯଦି ଆପଣ ନିଜ ସ୍ୱପ୍ନକୁ କଣ୍ଟ୍ରୋଲ କରିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ଏକ ନୂଆ ଟେକ୍ନୋଲୋଜି ଆସିଛି । ବର୍ତ୍ତମାନ ଆପଣ ନିଜ ସ୍ୱପ୍ନର ଦୁନିଆକୁ କଣ୍ଟ୍ରୋଲ କରିପାରିବେ ।

ସ୍ୱପ୍ନର ରହସ୍ୟମୟ ଦୁନିଆରେ ଆପଣଙ୍କୁ ସିଧାସଳଖ ପ୍ରବେଶ କରିବା ପାଇଁ ନୂଆ ଟେକ୍‌ କମ୍ପାନୀ ଏକ ଦମଦାର୍‌ ପ୍ରଡକ୍ଟ ଡିଜାଇନ୍‌ କରିଛି । ଫ୍ରୋଫେଟିକ୍‌ ନାମକ ଏକ କମ୍ପାନୀ Halo AI headband ନାମକ ଏକ ନୂଆ ଡିଭାଇସ୍‌ ପ୍ରସ୍ତୁତ କରିଛି, ଯାହା ସାହାଯ୍ୟରେ ଆପଣ କେବଳ ସ୍ୱପ୍ନ ଦୁନିଆରେ ପ୍ରବେଶ କରିପାରିବେ ନାହିଁ ବରଂ ସ୍ୱପ୍ନ ଦୁନିଆକୁ କଣ୍ଟ୍ରୋଲ୍‌ ମଧ୍ୟ କରିପାରିବେ ।

କମ୍ପାନୀ ଦାବି କରିଛି ଯେ ଏହି ହେଡବ୍ୟାଣ୍ଡ ସାହାଯ୍ୟରେ ଆପଣ ଶୋଇବା ସମୟରେ ଆପଣଙ୍କର ପ୍ରିୟ ସ୍ୱପ୍ନ ଦେଖିପାରିବେ । ଏହାକୁ ଡ୍ରିମ୍ସ ଅନ୍ ଡିମାଣ୍ଡ ନାମରେ ପ୍ରଚାର କରାଯାଉଛି । ପ୍ରୋଫେଟିକ୍‌ କମ୍ପାନୀ କହିବା ଅନୁସାରେ ଅତ୍ୟାଧୁନିକ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ସାହାଯ୍ୟରେ ଏହି ଡିଭାଇସ୍‌ ପ୍ରସ୍ତୁତ କରାଯାଇଛି । ଏହି ଡିଭାଇସ୍‌ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ସାହାଯ୍ୟରେ କାମ କରେ ।

କମ୍ପାନୀର କହିବାନୁସାରେ Halo AI headband ଡିଭାଇସ୍‌ ଅଲଟ୍ରାସାଉଣ୍ଡ ବ୍ୟବହାର କରି ସ୍ୱପ୍ନର ଦୁନିଆର ଦ୍ୱାର ଖୋଲିଥାଏ । ଏହା ପରେ ୟୁଜର୍‌ ତାଙ୍କ ସ୍ୱପ୍ନର ଦୁନିଆରେ ପ୍ରବେଶ କରିପାରିବେ । କମ୍ପାନୀର ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ, Halo AI headband ହେଉଛି ଏକ ଉନ୍ନତ ନ୍ୟୁରୋଟେକ୍ ବିଅରବେଲ୍‌ ଡିଭାଇସ୍‌ ।

ଆପଣଙ୍କୁ ସ୍ୱପ୍ନ ଦୁନିଆରେ ଏଣ୍ଟ୍ରି କରାଇବା ପରେ ଏହି ଡିଭାଇସ୍ ଆପଣଙ୍କୁ ସ୍ୱପ୍ନ କଣ୍ଟ୍ରୋଲ କରିବାକୁ ମଧ୍ୟ ଦେଇଥାଏ । ପଲ୍ସ କଣ୍ଟ୍ରୋଲ୍‌ ସାହାଯ୍ୟରେ ୟୁଜରମାନେ ମଧ୍ୟ ସେମାନଙ୍କର ସ୍ୱପ୍ନକୁ କଣ୍ଟ୍ରୋଲ କରିପାରିବେ । ଏହା ଦ୍ୱାରା ଆପଣ ନିଜ ପସନ୍ଦ ଅନୁଯାୟୀ ସ୍ୱପ୍ନ ଦେଖିପାରିବେ ।
ପ୍ରୋଫେଟିକ୍‌ ର ଏହି ଡିଭାଇସ୍‌ ବର୍ତ୍ତମାନ ବଜାରରେ ଉପଲବ୍ଧ ହୋଇନାହିଁ, କିନ୍ତୁ ଆପଣ ଏବେ ଠାରୁ ହିଁ ଏହି ଡିଭାଇସ୍‌ କୁ ନିଜ ପାଇଁ ବୁକ୍ କରିପାରିବେ । କମ୍ପାନୀ ଆକଳନ କରିଛି ଯେ ଡିଭାଇସର ଡେଲିଭରି ଆସନ୍ତା ବର୍ଷ ଆରମ୍ଭ ସୁଦ୍ଧା ହୋଇପାରିବ । ଏହାର ଆନୁମାନିକ ମୂଲ୍ୟ ୨୦୦୦ ଡଲାର ଅର୍ଥାତ ଭାରତୀୟ ମୂଲ୍ୟରେ ଏହାର ଦାମ୍‌ ପ୍ରାୟ ୧.୬୬ ଲକ୍ଷ ଟଙ୍କା ହୋଇପାରେ । ଏହାକୁ ଆପଣ ୧୦୦ ଡଲାର ଅର୍ଥାତ ପ୍ରାୟ ୮,୩୦୦ ଟଙ୍କାର ରିଫଣ୍ଡେବଲ୍‌ ଆମାଉଣ୍ଟରେ ଏହାକୁ ବୁକ୍‌ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.