ଭଦ୍ରକ କସ୍ତୁରିକରଣ ଗାଁ ନିକଟ ବୈତରଣୀ ନଦୀ ପଠାରୁ ଉଦ୍ଧାର ହେଲା ହଳଦିଆ କଇଁଛ

ଭଦ୍ରକ: ନଦୀ ପଠାରୁ ଉଦ୍ଧାର ହେଲା ହଳଦିଆ କଇଁଛ। ଭଦ୍ରକ ଜିଲ୍ଲା ଓରାସାହି ପ଼ଞ୍ଚାୟତ କସ୍ତୁରିକରଣ ଗାଁ ନିକଟ ବୈତରଣୀ ନଦୀ ପଠାରୁ କଇଁଛକୁ ଉଦ୍ଧାର କରାଯାଇଛି। ଯୁବକ ଜଣକ ନଦୀ ପଠାକୁ ଯାଇଥିବାବେଳେ କଇଁଛଟିକୁ ଦେଖି ଉଦ୍ଧାର କରିଥିଲେ।

କଇଁଛର ଓଜନ ପ୍ରାୟ ୨ କିଲୋରୁ ଅଧିକ ହେବ। ବାତ୍ୟା ୟସ୍‌ ସମୟରେ କଇଁଛଟି ଚାଲି ଆସିଥିବା ଅନୁମାନ କରାଯାଉଛି। ଉଦ୍ଧାର ପରେ ଯୁବକ ଜଣକ ପୁଣି ଥରେ ନଦୀ ଭିତରକୁ କଇଁଛକୁ ଛାଡି ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.