ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶା ଉପକୂଳବର୍ତ୍ତୀ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ଲାଗି ରହିଛି ବର୍ଷା, ଆଜି ୯ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ବର(କେନ୍ଯୁଜ୍): ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶା ଉପକୂଳବର୍ତ୍ତୀ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ଲାଗି ରହିଛି ବର୍ଷା । ଆଜି ୯ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି । ଆଜି ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କଳାହାଣ୍ଡି, ବଲାଙ୍ଗିର, ନୂଆପଡ଼ା, ସୋନପୁର, ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ଅନୁମାନ କରାଯାଇଛି।

ସେହିଭଳି ଆସନ୍ତା ୨୬ରୁ ହେବାକୁ ଥିବା ପ୍ରବଳ ବର୍ଷା ନେଇ ଜିଲ୍ଲାଗୁଡିକୁ ଅବଗତ କରାଇଛନ୍ତି ଏସ୍‌ଆର୍‌ସି। ଆଗକୁ ୨୬ ତାରିଖରୁ ପୁଣି ପ୍ରବଳ ବର୍ଷା ହେବା ନେଇ ଅନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ୨୫ ସେପ୍ଟେମ୍ବର ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ପୂର୍ବକେନ୍ଦ୍ରୀୟ ତତ୍‌ ସଂଲଗ୍ନ ଉତ୍ତରପୂର୍ବ ବଙ୍ଗୋପସାଗରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ। ଏହା ପଶ୍ଚିମ-ଉତ୍ତର-ପଶ୍ଚିମଦିଗକୁ ଗତି କରି ୪୮ ଘଣ୍ଟା ପରେ ଓଡ଼ିଶା ଉପକୂଳରେ ପହଞ୍ଚିପାରେ। ଫଳରେ ରାଜ୍ୟରେ ୨୬ ତାରିଖରୁ ପୁଣି ବର୍ଷା ପରିମାଣ ବଢ଼ିବ।

ସେପଟେ ପାଣିପାଗ ବିଜ୍ଞାନୀ ଜାସନ ନିକ୍‌ହୋଲସ୍‌ ମଧ୍ୟ ଅନୁମାନ କରିଛନ୍ତି, ସପ୍ତାହ ଶେଷ ଆଡ଼କୁ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା ଘନୀଭୂତ ହୋଇ ଅବପାତ କିମ୍ବା ଗଭୀର ଅବପାତର ରୂପ ନେଇପାରେ।