ଭୁବନେଶ୍ବର: ଭରତପୁର ତାରିଣୀ ବସ୍ତିରେ ବନ୍ଦ ଘରୁ ଯୁବତୀଙ୍କ ମୃତଦେହ ଉଦ୍ଧାର,ପୁରୁଷ ବନ୍ଧୁ ନିଶାସକ୍ତ ଅବସ୍ଥାରେ ହତ୍ୟା କରିଥିବା ସନ୍ଦେହ

କେନ୍ୟୁଜ୍(ବ୍ୟୁରୋ): ରାଜଧାନୀରେ ପୁଣି ଚାଞ୍ଚଲ୍ୟ । ବନ୍ଦ ଘରୁ ଯୁବତୀଙ୍କ ମୃତଦେହ ଉଦ୍ଧାର । ଭରତପୁର ତାରିଣୀ ବସ୍ତିରେ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ପରେ ହତ୍ୟାକାଣ୍ଡ ସନ୍ଦେହ କରିଛି ପୋଲିସ । ମୃତ ଯୁବତୀ ହେଲେ ସୁରେଖା ପଲେଇ । ଘଟଣାସ୍ଥଳରେ ଭରତପୁର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ସାଇଣ୍ଟିଫିକ୍‌ ଟିମ୍‌ ନମୁନା ସଂଗ୍ରହ କରିଛି ।

ଯୁବତୀ ଜଣକ ଭରତପୁର ତାରିଣୀ ବସ୍ତିରେ ରହୁଥିବା ବେଳେ ସାମ୍ନାରେ ରହୁଥିବା ଜଣେ ଯୁବକଙ୍କ ସହ ତାଙ୍କର ସମ୍ପର୍କ ବଢିଥିଲା । ବିବାହ ପାଇଁ ସ୍ୱପ୍ନ ଦେଖାଇଥିଲେ । ତେବେ ଗତକାଲି ରାତିରେ ତାଙ୍କ ପୁରୁଷ ବନ୍ଧୁ ଓ ଅନ୍ୟ ୪ ଜଣ ଘର ନିକଟରେ ଭୋଜି କରିଥିଲେ । ନିଶାର ବସବର୍ତ୍ତୀ ହୋଇ ଯୁବତୀଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.