ଆଗେ ହାତ କାଟିଲେ ତା ପରେ ଟ୍ରେନ୍‌ ଆଗକୁ ଡେଇଁ ପଡ଼ିଲେ, ପ୍ରେମରେ ଧୋକା ପାଇଁ ଆତ୍ମହତ୍ୟା କଲେ ଯୁବ

ଖୋର୍ଦ୍ଧା(କେନ୍ୟୁଜ୍):ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ। ପ୍ରଥମେ ହାତକୁ କାଟିଥିଲେ ପରେ ଟ୍ରେନ୍‌ ଆଗକୁ ଡେଇଁଥିବା ଅଭିଯୋଗ। ଖୋର୍ଦ୍ଧା ଧଉଳିମୁହଁ ଷ୍ଟେସନ ନିକଟରେ ଏହି ଅଘଟଣ ଘଟିଛି। ସଦର ଥାନା ଧଉଳିମୁହଁ ଟ୍ରେନ୍‌ ଲାଇନ୍‌ କଡରୁ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ହେଲେ ଧଉଳିମୁହଁ ଗାଁର ସୌମ୍ୟରଞ୍ଜନ ପରିଡ଼ା।

ସେ ବାଙ୍ଗାଲୋରର ଏକ ଘରୋଇ କମ୍ପାନୀରେ ଚାକିରି କରୁଥିଲେ। ସାଙ୍ଗର ବାହାଘର ପାଇଁ ଆସିଥିଲେ। ଲଭ୍‌ରେ ଧୋକା ପାଇବା ପରେ ଏଭଳି କରିଥିବା ଘରଲୋକ ଅଭିଯୋଗ କରିଛନ୍ତି। ବିଳମ୍ବିତ ରାତିରେ ମୃତ୍ୟୁ ପୂର୍ବରୁ WHATSAPP ଷ୍ଟାଟସ୍‌ରେ ନିଜ ହାତ କାଟି ଭିଡିଓ ଅପ୍‌ଲୋଡ୍‌ କରିଥିଲା ସୌମ୍ୟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.