ଭୁବନେଶ୍ୱର: ଏକ ଘରୋଇ କଲ୍ୟାଣ ମଣ୍ଡପ ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଭୁବନେଶ୍ୱର(କେନ୍ଯୁଜ୍): ଭୁବନେଶ୍ୱର ଇନଫୋସିଟି ଅଞ୍ଚଳରେ ଏକ ଘରୋଇ କଲ୍ୟାଣ ମଣ୍ଡପ ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତକଙ୍କ ନାଁ ପ୍ରକାଶ ବଳ । ତାଙ୍କ ଘର ଯାଜପୁର । ପ୍ରକାଶ ମଣ୍ଡପରେ ଜଣେ କର୍ମଚାରୀ ଭାବେ କାମ କରୁଥିଲେ । ଇନଫୋସିଟି ଥାନା ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ କରୁଛି ।
ସେ ୫ ବର୍ଷ ହେବ ମଣ୍ଡପରେ କାମ କରିଆସୁଥିଲେ । ଅନ୍ୟପଟେ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି । ପ୍ରକାଶଙ୍କ ବାପା କହିଛନ୍ତି, ପୁଅ କିଛି ଟଙ୍କା ଋଣ ଆଣିଥିଲେ । ଋଣ ଟଙ୍କା ନ ସୁଝିଲେ, ତାକୁ ଧମକ ମିଳୁଥିଲା । ଲକ୍ଷେ ଟଙ୍କା ଦେବାପାଇଁ ଧମକ ଆସୁଥିଲା । ସେଥିପାଇଁ ତାଙ୍କୁ ହତ୍ୟା କରାଯାଇଥାଇପାରେ ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକ ।
ଅନ୍ୟପଟେ ପ୍ରକାଶର କାହା ସହ ଶତ୍ରୁତା ନଥିଲା, ଭଲ ପିଲା ଥିଲା ବୋଲି କହିଛନ୍ତି କଲ୍ୟାଣ ମଣ୍ଡପ ମ୍ୟାନେଜର । ମୃତଦେହ ନିକଟରୁ ସୁଇସାଇଡ ନୋଟ ଜବତ ହୋଇଛି । ଏହାକୁ ହ୍ୟାଣ୍ଡ ରାଇଟିଂ ବ୍ୟୁରୋକୁ ପଠାଯିବ । ମୋବାଇଲ ଫୋନକୁ ଷ୍ଟେଟ ଫରେନସିକ୍ ଲ୍ୟାବ୍କୁ ପଠାଯିବ । ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ କରୁଛି