Below header

ବାଲେଶ୍ବରରେ ଅଘଟଣ: ଚେକିଂବେଳେ ଖସିଯିବାକୁ ଉଦ୍ୟମ କରୁଥିବାବେଳେ ଦୁର୍ଘଟଣା ଶିକାର ହେଲେ ୩ଯୁବକ, ଜଣେ ହସ୍ପିଟାଲରେ ଭର୍ତ୍ତି

ବାଲେଶ୍ଵର: ସଡ଼କ ସୁରକ୍ଷା ସଚେତନ ବେଳେ ଅଘଟଣ । ଏଭଳି ଘଟଣା ବାଲେଶ୍ଵର ଜିଲ୍ଲାରେ ଦେଖିବାକୁ ମିଳିଛି । ଯାହାଫଳରେ ଦୀର୍ଘ ସମୟ ଧରି ଲୋକଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିଥିଲା ବାଲେଶ୍ଵର ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ । ଘଟଣା ଅନୁସାରେ ବାଲେଶ୍ଵର ରେମୁଣା ଥାନା ଅନ୍ତର୍ଗତ ମନ୍ଦିର ଛକ ନିକଟରେ ସଡ଼କ ସୁରକ୍ଷା ସପ୍ତାହକୁ ଦୃଷ୍ଟିରେ ରଖି ସଚେତନତା ସହ ହେଲମେଟ ଚେକିଂ ଚାଲିଥିଲା । ବାଲେଶ୍ବର ଆଞ୍ଚଳିକ ପରିବହନ ଅଧିକାରୀଙ୍କ ଉପସ୍ଥିତିରେ ଏହି ଚେକିଙ୍ଗ ଜାରି ରହିଥିଲା ।

ତେବେ ଚେକିଙ୍ଗ ହେଉଥିବା ଜାଣି ଏକ ବାଇକରେ ୩ ଯୁବକ ଦୃତ ବେଗରେ ରାସ୍ତା ଅତିକ୍ରମ କରୁଥିବା ବେଳେ ଆର୍ ଟି ଓ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରୁଥିବା ବେଳେ ତିନିଜଣ ବାଇକ୍ ରୁ ଛିଟିକି ପଡ଼ିଥିଲେ । ଫଳରେ ଜଣକ ମୁହଁ ଓ ମୁଣ୍ଡ ରେ ଆଘାତ ଲାଗିଥିବା ବେଳେ ଅନ୍ୟ ଦୁଇଜଣ ଦୌଡ଼ି ପଳାଇଥିଲେ । ଏଭଳି ଘଟଣାକୁ ଦେଖି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆକ୍ରୋଶ ଦେଖିବାକୁ ମିଳିଥିଲା।  ଫଳରେ ବାଲେଶ୍ଵର ଆରଟିଓଙ୍କୁ ଲୋକମାନେ ଦୀର୍ଘ ସମୟ ଧରି ଘେରି ରଖିବା ସହ ଚେକିଙ୍ଗକୁ ବିରୋଧ କରିଥିଲେ । ପରେ ଘଟଣାସ୍ଥଳରେ ରେମୁଣା ପୋଲିସ ପହଂଚି ଆରଟିଓଙ୍କୁ ଉଦ୍ଧାର କରିଥିବା ବେଳେ ଆହତ ଯୁବକଙ୍କୁ ଚିକିତ୍ସା ପାଇଁ ରେମୁଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.