ସଉଦା ଆଣିବାକୁ ହାଟକୁ ଯିବା ସମୟରେ ଅଘଟଣ, ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯିବାରୁ ବାଇକ ଚାଳକଙ୍କ ମୃତ୍ୟୁ

ବାଲିଗୁଡା: ସଉଦା ଆଣିବାକୁ ହାଟକୁ ଯିବା ସମୟରେ ଅଘଟଣ l ଭାରସାମ୍ୟ ହରାଇ  ଗଛରେ ପିଟି ହୋଇ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି l କୋଟଗଡ଼ ଥାନା ମାଦାଙ୍ଗି ନିକଟରେ ଏକ ଗଛକୁ ପିଟି ଦେବା ପରେ ଘଟଣାସ୍ଥଳରେ ହିଁ ବାଇକ ଚାଳକଙ୍କର ମୃତ୍ୟୁ ଘଟିଛି l

ମୃତକ କୋଟଗଡ଼ ଥାନା ମାଙ୍କଡ଼ାଖାଡ଼ି ଗ୍ରାମର ଲୋକେ ସିଂଘାମାଝୀ   l ସେ କୋଟଗଡ଼ ହାଟକୁ ସଉଦା କିଣିବାକୁ ଯାଉଥିବା ସମୟରେ ଏଭଳି ଅଘଟଣ ଘଟିଥିଲା । ଏନେଇ ଖବର ପାଇବା ପରେ ଘଟଣାସ୍ଥଳରେ ପୋଲିସ୍ ପହଁଚି ଶବକୁ ଉଦ୍ଧାର କରିବା ସହିତ ତଦନ୍ତ ଆରମ୍ଭ କରିଛି  l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.