Below header

ନବଜାତ ଶିଶୁକୁ ମାଲିସ କରିବା ପାଇଁ ଛାଡନ୍ତୁ ବଜାର ତେଲ, ଘରେ ପ୍ରସ୍ତୁତ କରନ୍ତୁ ଆୟୁର୍ବେଦିକ ତେଲ

ପିଲାଙ୍କ ହାଡକୁ ମଜବୁତ କରିବା ଏବଂ ଇମ୍ଯୁନ ବଢାଇବା ପାଇଁ ତେଲ ମାଲିସ କରାଯାଇଥାଏ। ଯେମିତି ନବଜାତ ଶିଶୁ ପାଇଁ ମା’ କ୍ଷୀର ଅତି ଆବଶ୍ଯକ, ସେଭଳି ପିଲାଙ୍କୁ ଭଲ ତେଲରେ ମାଲିସ କରିବା ବହୁତ ଜରୁରୀ ହୋଇଥାଏ। ଘରର ବୟସ୍କ ବ୍ଯକ୍ତି ପିଲାକୁ ଅତି କମରେ ୫ ଥର ତେଲ ମାଲିସ କରିଥାନ୍ତି। କିନ୍ତୁ ଦିନକୁ ଅତିକମରେ ଦୁଇଥର ପିଲାକୁ ତେଲ ମାଲିସ କରାଯାଏ। ତେଲ ମାଲିସ କରିବା ଦ୍ବାରା ପିଲାକୁ ଆରାମ ମିଳିବା ସହିତ ନିଦ ମଧ୍ୟ ଭଲରେ ଆସିଥାଏ। କିନ୍ତୁ ଆଜିକାଲି ବଜାରରେ ଯେଉଁ ତେଲ ମିଳୁଛି, ତାହାର ଗୁଣବତ୍ତା ସଠିକ ରହୁନାହିଁ। ଏହାକୁ ପିଲାଙ୍କ ଶରୀରରେ ମାଲିସ କରିବା ଦ୍ବାରା ଦେହରେ ରିଆକ୍ସନ ଦେଖିବାକୁ ମିଳିଥାଏ।

ଆଜିକାଲି ବଜାରରେ ବହୁତ ସାରା କମ୍ପାନୀର ତେଲ ମିଳୁଛି। ଏହି କେମିକାଲଯୁକ୍ତ ତେଲ ପିଲାଙ୍କ କୋମଳ ତ୍ବଚାକୁ କ୍ଷତି ପହଞ୍ଚିଥାଏ। ତେବେ ପିଲାର ମାଲିସ ଏମିତି ତେଲରେ କରନ୍ତୁ, ଯାହା ହାଡ ମଜବୁତ କରିବା ସହିତ ବଦଳୁଥିବା ପାଣିପାଗରେ ହେଉଥିବା ସାଧାରଣ ରୋଗରୁ ମଧ୍ୟ ରକ୍ଷା କରିଥାଏ। ଯେପରିକି ଥଣ୍ଡା, କାଶ, ଜ୍ବର ଇତ୍ଯାରୁ ପିଲାଙ୍କୁ ରକ୍ଷା କରିଥାଏ ତେଲ। ତେଣୁ ଏହି ତେଲ ବଜାରରୁ ନ କିଣି ଘରେ ତିଆରି କରି ପିଲାଙ୍କୁ ମାଲିସ କରନ୍ତୁ।

sorisha

ପିଲାର ସଂପୂର୍ଣ୍ଣ ବିକାଶ ପାଇଁ ସୋରିଷ ତେଲ ମାଲିସ ସବୁଠାରୁ ଉତ୍ତମ। କିନ୍ତୁ ଲୋକ ଭାବନ୍ତି କି, ସୋରିଷ ତେଲରେ ପିଲାର ମାଲିସ କରିବା ଦ୍ବାରା ତ୍ବଚା ଶ୍ଯାମଳ ହୋଇଯାଏ। କିନ୍ତୁ ଏହା ମିଥ୍ଯା। ସୋରିଷ ତେଲ ମାଲିସ କରିବା ଦ୍ବାରା ଶିଶୁର ହାଡ ମଜବୁତ ହୋଇଥାଏ।

ତେଣୁ ପିଲାକୁ ଥଣ୍ଡା ହେଲେ ସୋରିଷ ତେଲରେ ଅଳ୍ପ ଜୁଆଣୀ ଏବଂ ୨ କୋଲା ରସୁଣ ପକାଇ ଗରମ କରିଦିଅନ୍ତୁ। ଏହାକୁ ଅଳ୍ପ ଉଷୁମ ଥିବା ସମୟରେ ପିଲା ଦେହରେ ମାଲିସ କରନ୍ତୁ।

ଛୋଟ ପିଲାଙ୍କ ଇମ୍ଯୁନ ସିଷ୍ଟମ ବହୁତ ଦୁର୍ବଳ ରହିଥାଏ, ତେଣୁ ବହୁତ ଜଲଦି ଥଣ୍ଡା, କାଶ ଧରିଯାଏ। ତେଣୁ ପିଲାଙ୍କୁ ମାଲିସ କରିବା ପାଇଁ ସୋରିଷ ତେଲ ଅଳ୍ପ ଜାଇଫଳ ଗୁଣ୍ଡ ମିଶାଇ ତେଲ ଗରମ କରନ୍ତୁ। ଏହାକୁ ଅଳ୍ପ ଉଷୁମ କରି ଶିଶୁ ଦେହରେ ମାଲିସ କରନ୍ତୁ। ଆରାମ ମିଳିବ।

massage

ପିଲା ପାଇଁ ଘିଅ ମଧ୍ୟ ବେଶ ଉପକାରୀ। ଘିଅକୁ ଥଣ୍ଡା କିମ୍ବା ଗରମ କରି ଶିଶୁ ଦେହରେ ଲଗାଇପାରିବେ। ଜାଇଫଳ ମିଶାଇ ମଧ୍ୟ ଘିଅ ଶିଶୁକୁ ମାଲିକ କରିପାରିବେ।

ପିଲାର ମାଲିସ ପାଇଁ ନଡିଆ ତେଲ ମଧ୍ୟ ଉପକାରୀ। ନଡିଆ ତେଲରେ ଆଣ୍ଟି ଫଙ୍ଗାଲ ଏବଂ ଆଣ୍ଟି ବ୍ଯାକ୍ଟେରିଆଲ ଗୁଣ ରହିଥାଏ। ଯାହା ଶିଶୁର କୋମଳ ତ୍ବଚା ପାଇଁ ବହୁତ ଭଲ ରହିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.