ସାମାନ୍ୟ ବଚସାରୁ ଚାଲି ଗଲା ଯୁବକଙ୍କ ଜୀବନ, ବାହାଘରରୁ ଫେରିବା ବେଳେ ପିଟି ପିଟି ମାରିଦେଲେ

ଭଦ୍ରକ (କେନ୍ୟୁଜ): ବାହାଘର ଭୋଜି ଖାଇବା ପରେ ଝଗଡା ଓ ପରେ ଯୁବକ ଙ୍କୁ ପିଟି ପିଟି ହତ୍ୟା। ଏଭଳି ଘଟଣା ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ବିଜେ ଗଙ୍ଗାଧର ପୁର ଗ୍ରାମରେ।ମୃତ ଯୁବକ ଜଣକ ହେଲେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଜେଗଙ୍ଗାଧରପୁର ଗ୍ରାମର ବିଦ୍ୟାଧର ମାଝୀ।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଏକ ସାଙ୍ଗ ବାହାଘର ଭୋଜିରେ ଗୋଟିଏ ପଞ୍ଚାୟତରୁ ସମସ୍ତେ ଯୋଗଦାନ କରିବା ପାଇଁ ଭଦ୍ରକ ସହର ସ୍ଥିତ ଏକ କଲ୍ୟାଣ ମଣ୍ଡପ କୁ ଯାଇଥିଲେ। ବାହାଘର ଭୋଜି ଖାଇସାରିବା ପରେ ଘରକୁ ଫେରୁଥିଲେ। କିନ୍ତୁ କୌଣସି କଥାକୁ ନେଇ ବିଦ୍ୟାଧରଙ୍କ ସହ ଅନ୍ୟ ଯୁବକ ମାନଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ପରେ ଯୁବକ ମାନେ ବିଦ୍ୟାଧରଙ୍କୁ ଏକ ବାଉଁଶ ବାଡ଼ିରେ ବାଡେଇ ବାଡେଇ ତଳେ ପକାଇଦେଇଥିଲେ।

ବିଦ୍ୟାଧର ତଳେ ପଡିଯିବା ପରେ ମଧ୍ଯ ପୁଣି ବାଡେଇ ଚାଲିଥିଲେ। ଶେଷରେ ହତ୍ୟାକାରୀ ମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ପରେ ଅନ୍ୟ କିଛି ପିଲା ଗୁରୁତର ଅବସ୍ଥାରେ ବିଦ୍ୟାଧର ଙ୍କୁ ଭଦ୍ରକ ମେଡିକାଲକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। କିନ୍ତୁ କେଉଁ କାରଣ ପାଇଁ ବିଦ୍ୟାଧରଙ୍କୁ ବାଡେଇ ବାଡେଇ ହତ୍ୟା କରିଲେ। ତାହା ଅସ୍ପଷ୍ଟ ରହିଥିବା ବେଳେ ଗ୍ରାମାଞ୍ଚଳ ପୋଲିସ ଡାକ୍ତର ଖାନା ରେ ପହଁଞ୍ଚି ଶବ ଵେବଛେଦ କରିବା ସହିତ ତଦନ୍ତ ଆରମ୍ଭ କରିଛି ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.