Below header

ଏହି ଗାଡିକୁ ଦେଖି ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ: ଭିଡିଓ ସେୟାର କରି ଆନନ୍ଦ ମହିନ୍ଦ୍ରା କହିଲେ, ଏହା ହେଉଛି ଇ-ମୋବିଲିଟି!

ଭାରତରେ ପ୍ରଥମ ଇଲେଟ୍ରିକ୍ କାର୍ ଆଣିଥିବା କମ୍ପାନୀ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ମୁଖ୍ୟ ଆନନ୍ଦ ମହିନ୍ଦ୍ରା ଏକ ନିଆରା ଗାଡିର ଭିଡିଓ ସେୟାର କରିଛନ୍ତି। ଯାହା କାର୍ ତ ନୁହେଁ, ଏହା ହେଉଛି ଏକ ଚଳପ୍ରଚଳ ଡାଇନିଂ ଟେବୁଲ୍ । ଆନନ୍ଦ ମହିନ୍ଦ୍ରାଙ୍ କହିବା କଥା ଏହା ପ୍ରକୃତରେ ଇ-ମୋବିଲିଟି। ଇ-ମୋବିଲିଟିରେ ସେ “ଇ” ର ପ୍ରକୃତ ଅର୍ଥ ମଧ୍ୟ କହିଥିଲେ।

ଆନନ୍ଦ ମହିନ୍ଦ୍ରା ଟ୍ବିଟରରେ ଏକ ଭିଡିଓ ସେୟାର କରିବା ସହିତ ଲେଖିଛନ୍ତି : ମୁଁ ଭାବୁଛି ଏହା ହେଉଛି ଇ-ମୋବିଲିଟି । ଏଥିରେ, “ଇ” ର ଅର୍ଥ ଖାଇବା ଅଟେ। ପ୍ରକୃତରେ ଏହି ଭିଡିଓରେ ଚାରି ଜଣ ଲୋକ ଚଳପ୍ରଚଳ ଡାଇନିଂ ଟେବୁଲ ଉପରେ ବସି ପେଟ୍ରୋଲ ପମ୍ପକୁ ଯାଇ ସେଠାରେ ପେଟ୍ରୋଲ ଭରୁଛନ୍ତି ଏବଂ ତା’ପରେ ସେଠାରୁ ଆଗକୁ ଚାଲିଯାଉଛନ୍ତି । ସେଥିପାଇଁ ଆନନ୍ଦ ମହିନ୍ଦ୍ରା ଏହାକୁ ଇଟ୍-ମୋବିଲିଟି ବୋଲି କହିଛନ୍ତି। ସୂଚନା ଥାଉକି, ଲୋକମାନେ ଏହି ଭିଡିଓ ଉପରେ ବହୁତ ମଜାଳିଆ ମନ୍ତବ୍ୟ ମଧ୍ୟ ଦେଇଛନ୍ତି।

ଆପଣ ବି ଦେଖନ୍ତୁ ଏହି ଭିଡିଓ:

 

ଆନନ୍ଦ ମହିନ୍ଦ୍ରାଙ୍କ ଏହି ଭିଡିଓ ଉପରେ , ଜଣେ ଉପଭୋକ୍ତା ତାଙ୍କ ପୁଅର ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ନିଜ ଖେଳନା ଯାନରେ ଏକ ସୋଫା ତିଆରି କରିଛନ୍ତି । ଉପଭୋକ୍ତା କହିଛନ୍ତି ଯେ, ସେ ଏହି ଭିଡିଓକୁ ତାଙ୍କ ପୁଅକୁ ଦେଖାଇବେ, ଯାହାଫଳରେ ସେ ଏହି ଡାଇନିଂ ଟେବୁଲକୁ ତାଙ୍କ କାରରେ ମଧ୍ୟ ଯୋଡି ପାରିବେ।

ଅନ୍ୟ ଜଣେ ଉପଭୋକ୍ତା ଲଣ୍ଡନର ସାଇକେଲ୍ ଇ-ଇଟର କାର୍ଟର ଏକ ଫଟୋ ସେୟାର କରିଛନ୍ତି। ଏହି କାର୍ଟରେ ଲୋକମାନେ ସାଇକେଲ ଚଲାନ୍ତି ଏବଂ ସେମାନଙ୍କର ଡାଇନିଂ ଟେବୁଲକୁ ଆଗକୁ ନେଇଯାଆନ୍ତି।

ଯଦିଓ କିଛି ଉପଭୋକ୍ତା ଏହି ଭିଡିଓରେ ତ୍ରୁଟି ବାହାର କରିଛନ୍ତି। ଏହାସହ ଏହି ଭିଡିଓ ପରି ଭାରତରେ ଗାଡି ଲଞ୍ଚ କରିବାକୁ ଆନନ୍ଦ ମହିନ୍ଦ୍ରାଙ୍କ ଯୋଜନା ଅଛି କି ବୋଲି ପ୍ରଶ୍ନ ପଚାରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.