କରୋନାରୁ ସୁସ୍ଥ ହେଲେ ରୋହିତ ଶର୍ମା, ଟି-୨୦ ପାଇଁ ଆରମ୍ଭ କଲେ ଅଭ୍ୟାସ

ଟିମ୍‌ ଇଣ୍ଡିଆ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର। ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା କରୋନାରୁ ସୁସ୍ଥ ହୋଇଛନ୍ତି । ରବିବାର ରୋହିତଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଛି । ଆଇସୋଲେସନରୁ ବାହାରି ଅଭ୍ୟାସ ପାଇଁ ମଇଦାନକୁ ଓହ୍ଲାଇଛନ୍ତି । ଟି-୨୦ ମ୍ୟାଚ ପାଇଁ ପ୍ରସ୍ତୁତ ହେଉଛନ୍ତି ରୋହିତ।

ରୋହିତ ଇଂଲଣ୍ଡ ବିପକ୍ଷ ଏଜବେଷ୍ଟନ ଟେଷ୍ଟ ପୂର୍ବରୁ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହାପରେ ସେ ଆଇସୋଲେସନରେ ରହିଥିଲେ । ଏହି କାରଣରୁ ଟେଷ୍ଟ୍ ମ୍ୟାଚରେ ସେ ସାମିଲ ହୋଇପାରିନଥିଲେ । କିନ୍ତୁ ଏବେ ସେ ପୁଣି ପଡିଆକୁ ଫେରିଛନ୍ତି ।

ପୂର୍ବରୁ କୁହାଯାଉଥିଲା ଟେଷ୍ଟ ମ୍ୟାଚ ପାଇଁ ରୋହିତ ସୁସ୍ଥ ହୋଇଯିବେ । କାରଣ ଜୁଲାଇ ୭ ତାରିଖରୁ ଇଂଲଣ୍ଡ ବିପକ୍ଷରେ ଟି୨୦ ସିରିଜ୍ ଆରମ୍ଭ ହେବ । ସେ ଦଳର ନେତୃତ୍ୱ ନେବେ । ଏବେ ସୋସିଆଲ ମିଡିଆରେ କିଛି ଫଟେ ସାମ୍ନାକୁ ଆସିଛି । ଯେଉଁଥିରେ ରୋହିତ ପ୍ରାକ୍ଟିସ୍ କରୁଥିବା ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ, ରୋହିତ ସବୁ ଫର୍ମାଟରେ ଭାରତୀୟ ଦଳର ଅଧିନାୟକ ଅଛନ୍ତି । ନିକଟରେ ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜ୍ ଖେଳିନଥିଲେ । ଏହି ସିରିଜ୍ ପାଇଁ ତାଙ୍କୁ ବିଶ୍ରାମ ଦିଆଯାଇଥିଲା । ଏହି ସିରିଜ ପାଇଁ ଜସପ୍ରୀତ ବୁମରା ଅଧିନାୟକ ରହିଥିଲେ।

କାର୍ଯ୍ୟସୂଚୀ :

ଜୁଲାଇ ୭ : ପ୍ରଥମ ଟି ୨୦ ( ଦ ରୋଜ ବାଓ୍ଵଲ, ସାଉଥମ୍ପଟନ୍‌)
ଜୁଲାଇ ୯ : ଦ୍ୱିତୀୟ ଟି ୨୦ (ଏଜାବେଷ୍ଟନ)
ଜୁଲାଇ ୧୦ : ତୃତୀୟ ଟି ୨୦ (ଟ୍ରେଣ୍ଟ ବ୍ରିଜ)
ଜୁଲାଇ ୧୨ : ପ୍ରଥମ ଦିନିକିଆ
ଜୁଲାଇ ୧୪ : ଦ୍ୱିତୀୟ ଦିନିକିଆ
ଜୁଲାଇ ୧୭ : ତୃତୀୟ ଦିନିକିଆ

ପ୍ରଥମ ଟି୨୦ ପାଇଁ ଭାରତୀୟ ଦଳ:

ରୋହିତ ଶର୍ମା (ଅଧିନାୟକ), ଈଶାନ୍ କିଷନ୍, ଋତୁରାଜ ଗାଏକ୍ୱାଡ୍, ସଞ୍ଜୁ ସାମ୍ସନ, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡା, ରାହୁଲ ତ୍ରିପାଠୀ, ଦିନେଶ କାର୍ତ୍ତିକ (ୱିକେଟ ରକ୍ଷକ), ହାର୍ଦିକ ପାଣ୍ଡ୍ୟା, ଭେଙ୍କଟେଶ ଆୟର, ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ରବି ବିଷୋଇ, ଭୁବନେଶ୍ଵର କୁମାର, ହର୍ଷଲ ପଟେଲ, ଆଭେସ୍ ଖାଁ, ଅର୍ଶଦୀପ ସିଂହ ଓ ଉମ୍ରାନ୍ ମାଲିକ୍।

୨ୟ ଓ ୩ୟ ଟି୨୦ ପାଇଁ ଦଳ :

ରୋହିତ ଶର୍ମା (ଅଧିନାୟକ), ଈଶାନ୍ କିଷନ୍, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡା, ଶ୍ରେୟାସ ଆୟର, ଦିନେଶ କାର୍ତ୍ତିକ (ୱିକେଟ ରକ୍ଷକ) , ଋଷଭ ପନ୍ତୁ (ୱିକେଟ ରକ୍ଷକ), ହାର୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡ଼େଜା, ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ , ରବି ବିଷୋଇ , ଯଶପ୍ରୀତ ବୁମରା , ଭୁବନେଶ୍ଵର କୁମାର , ହର୍ଷଲ ପଟେଲ , ଆଭେସ୍ ଖାଁ ଓ ଉମ୍ରାନ୍ ମାଲିକ୍।

ଦିନିକିଆ ପାଇଁ ଭାରତୀୟ ଦଳ :

ରୋହିତ ଶର୍ମା (ଅଧିନାୟକ), ଶିଖର ଧାଵନ, ଈଶାନ୍ କିଷନ୍, ବିରାଟ କୋହଲି, ସୂର୍ୟ୍ୟକୁମାର ଯାଦବ, ଶ୍ରେୟାସ ଆୟର ଋଷଭ ପନ୍ତ (ୱିକେଟ ରକ୍ଷକ), ହାଦିକ ପାଣ୍ଡା, ରବୀନ୍ଦ୍ର ଜାଡେଜା, ୟୁଜବେନ୍ଦ୍ର ଚହଲ , ସାହୁଳ ଠାକୁର , ଅକ୍ଷର ପଟେଲ , ଯଶପ୍ରୀତ ବୁମରା , ପ୍ରସିଦ୍ଧ କ୍ରିଷ୍ଣା , ମହମ୍ମଦ ସାମି , ମହମ୍ମଦ ସିରାଜ ଓ ଅଶଦୀପ ସିଂହ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.