ରାଜ୍ୟରେ ଉପରମୁହାଁ କୋଭିଡ୍‌ ସଂକ୍ରମଣ: ୨୪ ଘଣ୍ଟା ମଧ୍ୟରେ ବାହାରିଲେ ୨୪୫ ଜଣ କରୋନା ପଜିଟିଭ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଗତ ୨୪ଘଣ୍ଟାରେ ଆଉ ୨୪୫ କରୋନା ସଂକ୍ରମିତ ଚିହ୍ନଟ। ଖୋର୍ଦ୍ଧା ଜିଲ୍ଲାରେ ଲଗାତାର ଦ୍ୱିତୀୟ ଦିନରେ ୧୦୦ ଉପରେ ଦୈନିକ ସଂକ୍ରମଣ। ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୧୩୫। କଟକରୁ ୩୮ ନୂଆ କେସ୍‌ ରହିଛି। ୧୮ ବର୍ଷରୁ କମ ବୟସ ବର୍ଗରେ ରହିଛନ୍ତି ୪୧ ଜଣ। ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୪୯୦କୁ ବୃଦ୍ଧି ପାଇଛି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ଲକ୍ଷ ୯୦ହଜାର ୭୮୩କୁ ବୃଦ୍ଧି ପାଇଛି। ସୁସ୍ଥ ହୋଇଛନ୍ତି ୧୨ଲକ୍ଷ ୮୦ହଜାର ୧୧୪ଜଣ।

ଦେଶରେ ଗତ ୨୪ ଘଣ୍ଟାରେ ୧୬ ହଜାର ୧୩୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ୨୪ ଜଣଙ୍କ ଜୀବନ ନେଇଛି ମାରାତ୍ମକ ଭାଇରସ୍‌ । ଡେଲି ପଜିଟିଭିଟି ରେଟ୍‌ ରହିଛି ୪ ଦଶମିକ ୮୫ ପ୍ରତିଶତ । ସୁସ୍ଥ ହୋଇଛନ୍ତି ୧୩ ହଜାର ୯୮୫ ଆକ୍ରାନ୍ତ । ଦେଶରେ ଆକ୍ଟିଭ୍‌ କେସ୍‌ ରହିଛି ୧ଲକ୍ଷ ୧୩ ହଜାର ୮୬୪ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.