ସ୍ବାମୀର ତୃତୀୟ ବିବାହକୁ ଅଟକାଇ ପାରିଲେନି ଦ୍ବିତୀୟ ସ୍ତ୍ରୀ, ଅଭିଯୋଗକୁ ଅଣଦେଖା କଲା ପୋଲିସ

ଯାଜପୁର ରୋଡ:(କେନ୍ୟୁଜ୍):  କୋରେଇ ଥାନା ଅର୍ନ୍ତଗତ ମାଲଦା ଗ୍ରାମର ସରଫୁଦି ମାନକ ବ୍ୟକ୍ତିଙ୍କ ବଡ ଝିଅ ସହିତ  ପାଣିକୋଇଲି ଗ୍ରାମର ସେକ ଅଜିମଦ୍ଦୁିନଙ୍କ ପଅୁ ଇମରାନ ଖାନଙ୍କ ମସୁଲମାନ ପରମ୍ପରା ଅନୁଯାଇ ବିବାହ ଚାଲିଥିଲା । ସେ ସମୟରେ ମଙ୍ଗଳପରୁ ଥାନା ଅର୍ନ୍ତଗତ କାଟଅିା ଅଂଚଳର ସାବିନା ବିବି ନାମକ ମହିଳା ସେଠାରେ ପଂହଚି ଇମରାନ ତାଙ୍କୁ ତଲାଖ ନଦେଇ ପୁନଶ୍ଚ କିଭଳି ବିବାହ କଲେ ବୋଲି ଅଭିଯୋଗ କରିଥିଲେ । ଯାହାକୁ ନେଇ ଘଟଣାସ୍ଥଳରେ ଉତେଜନା ପ୍ରକାଶ ପାଇଥିଲା । ସାବିନା ଙ୍କ କହିବା ମୁତାବକ ଇମରାନଙ୍କ ସହିତ ଗତ ତା ୦୧/୦୨/୨୦୧୭ ରିଖ ରେ ମୁସଲମାନ ଧର୍ମ ପ୍ରଥା ଅନୁସାରେ ବିବାହ ସମ୍ପନ୍ନ ହୋଇଥିବା ସହିତ ତାଙ୍କ ନିକଟରେ ବହିାହ କରିଥିବା ନେଇ ପ୍ରମାଣ ପତ୍ର ମହଜୁଦ ଅଛି । ତାଙ୍କ ସ୍ୱାମୀ ବିବାହର ଦୁଇମାସ ପରେ ବିଦେଶ ରେ ଚାକିରୀ କରିଥିବା କହି ତାଙ୍କୁ ଶାଶୁ ଘରେ ଛାଡି ବିଦେଶ ପଳାଇଥିଲେ । ସ୍ୱାମି ବିଦେଶ ପଳାଇବା ପରେ ଶାଶୁ ଘରେ ଶାଶୁ,ଶଶୁର,ଦେଢଶୁର , ଓ ନଣନ୍ଦ ମାନେ ତାଙ୍କୁ ଅଧିକ ଯୈାତୁକ ଅଣିବା ପାଇଁ ତାଙ୍କ ଉପରେ ଶାରିରୀକ ମାନସିକ ନିର୍ଯ୍ୟାତନା ଦେଉଥିଲେ । ଏପରିକି ଏହି କଥା ବାପ ଘର ଲୋକେ କିମ୍ବା ନିଜ ସ୍ୱାମିଙ୍କୁ ଜଣାଇବା ପାଇଁ ସୁଯୋଗ ଦେଉନଥିଲେ । କିଛି ଦିନ ପରେ ତାଙ୍କ ଶଶୁର ଘରକୁ ତାଙ୍କର ଜଣେ ସମ୍ପର୍କୀୟା ବୁଲିବାକୁ ଅସିଥିବା ସମୟରେ ତାଙ୍କ ଉପରେ ନିର୍ଯ୍ୟାତନା ଦିଆଯାଉଥିବା ଦେଖି ତାଙ୍କ ବାପଙ୍କୁ ଜଣାଇଥିଲେ ।

ଏହା ପରେ ତାଙ୍କ ବାପା ଶାଶୁଘରେ ପଂହଚି ସେମାନଙ୍କୁ ବୁଝା ସୁଝା କରି ବହାଘରରେ କରିଥିବା ଧାରକରଜ ସୁଝି ସାରି ଦାବି କରୁଥିବା ଟଙ୍କା ଦେବାପାଇଁ ରାଜି ହୋଇଥିଲେ । କିନ୍ତୁ ବାପା ଆସିବା ପରେ ସାବିନାଙ୍କ ଉପରେ ପୁନଃ ନିର୍ଯ୍ୟାତନା ଆରମ୍ବ ହୋଇଥିଲା ଯାହା ଫଳ ଗର୍ଭାବସ୍ଥାରେ ସେ ଶାଶୁଘର ଛାଡି ବାପଘରକୁ ଆସିବା ପାଇଁ ବାଧ୍ୟ ହୋଇଥିଲେ । କିଛି ଦିନ ବାପ ଘରେ ରହିବା ପରେ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ କିନ୍ତୁ ତାଙ୍କ ସ୍ୱାମି କିମ୍ବା ଶାଶୁ ଘର ଲୋକେ କେହି ଦେଖିବା  ପାଇଁ ଆସିନଥିଲେ । ଏହାପରେ ଗତ ୧୦ଜୁନରେ ସାବିନା ମଙ୍ଗଲପୁର ଥାନା ରେ ଯୈାଉତୁକ ନିର୍ଯ୍ୟାତନା ଦିଆଯାଉଥିବା ଦର୍ଶାଇ ଏକ ଅଭିଯୋଗ କରିଥିଲେ । ଯାହାକୁ ଭିତ୍ତି କରି ମଙ୍ଗଳପରୁ ପୋଲିସ  ୧୯୬୧ ଆକ୍ଟରେ ୧୪୪/୧୯ରେ ମକଦମା ରୁଜୁ କରିଛି । କିନ୍ତୁ ଏହାକୁ ଖାତିର ନକରି ଓ ସାବିନାଙ୍କ ନିକଟରୁ ମସୁଲମାନ ଧର୍ମ ଅନୁସାରେ ତଲାକ ନନେଇ ଇମରାନ ପୁନଃ ବିବାହ କଲେ କିପରି ପ୍ରଶ୍ନ ଉଠାଇଛନ୍ତି ସାବିନା । ପୁନଃ ବିବାହ କରୁଥିବା ଖବର ପିଡିତା ମଙ୍ଗଳପରୁ ଓ କୋରେଇ ଥାନାରେ ଜଣାଇଥିଲେ ମଧ୍ୟ ପୁଲିସ  କୈାଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲା ନ ନେବାରୁ ପିଡିତା ଜଣକ ନ୍ୟାୟ ପାଇବାରୁ ବଂଚିତ ହୋଇଥିଲେ ବୋଲି ଅଭିଯୋଗ କରିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.