Below header

୫ଟି ପ୍ରଭାବ, ଆହାର କେନ୍ଦ୍ରରେ ଭୋଜନ କଲେ ଜିଲ୍ଲା ପ୍ରଶାସନର ଅଧିକାରୀ

ଯାଜପୁର ରୋଡ(କେନ୍ୟୁଜ) : ଆହାର କେନ୍ଦ୍ରରେ ଭୋଜନ କଲେ ଜିଲା ପ୍ରଶାସନର ଅଧିକାରୀ ।  ଯାଜପୁର ଉପ ଜିଲାପାଳ ନାରାୟଣ ଧଳ, ଆରକ୍ଷୀ ଅଧିକ୍ଷକ ଚରଣ ସିଂହ ମୀନା, କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର ଙ୍କ ସହ ପିଡି ଇନ୍ଦ୍ରମଣି ନାୟକ ଓ ବ୍ଯାସନଗର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶୁଭେନ୍ଦୁ ଜେନା ଓ ତହସିଲଦାର ନିରଞ୍ଜନ ବେହେରା ପ୍ରମୁଖ ଆହାର କେନ୍ଦ୍ରରେ ଆଜି ମଧ୍ୟାହ୍ନଭୋଜନ ଖାଇଛନ୍ତି | ବ୍ଯାସନଗର ପୌରପାଳିକା ରେ ଆଜି ଜିଲା ପ୍ରଶାସନର ଜନ ଶୁଣାଣି କାର୍ଯ୍ଯକ୍ରମ ରହିଥିବା ବେଳେ ସେଠାରୁ ଫେରୁଥିବା ସମୟରେ ଯାଜପୁର ଜିଲା ବ୍ଯାସନଗର ସହର ଗୋପବନ୍ଧୁ ଛକ ଠାରେ ଥିବା ଆହାର କେନ୍ଦ୍ରରେ ଆଜି ମଧ୍ୟାହ୍ନଭୋଜନ କରିଥିଲେ ସମସ୍ତେ | ପ୍ରଶାସନିକ ଅଧିକାରୀ ମାନଙ୍କ୍ ସହିତ ବ୍ଯାସନଗର ସହରର ଅନେକ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ |

jajpur2

ଜନ ଶୁଣାଣି ଶିବିର ସାରି ଗୋପବନ୍ଧୁ ଛକରେ ଥିବା ଆହାର କେନ୍ଦ୍ରରେ ପହଂଚି ଖାଦ୍ୟ ପରଖିବା ସହିତ ଖାଇଥିଲେ । ଏଥି ସହିତ ଆହାର କେନ୍ଦ୍ରକୁ କେତେ ଖାଦ୍ୟ ଆସୁଛି, ଖାଦ୍ୟର ମାନ, କେନ୍ଦ୍ର କୁ କେତେ ଖାଦ୍ୟ ଆସୁଛି, କେତେ ଲୋକ ଖାଉଛନ୍ତି ସେ ସମ୍ପର୍କରେ ଟିକିନିଖି ପଚାରି ବୁଝିବା ସହ ଦିଆଯାଉଥିବା ଟୋକନ ବ୍ୟବସ୍ତା ସମ୍ପର୍କରେ ଯାଞ୍ଚ କରିଥିଲେ | ଅଚାନକ ପ୍ରଶାସନିକ ଅଧିକାରୀଙ୍କ ଗ୍ରସ୍ତ କୁ ନେଇ ଆହାର କେନ୍ଦ୍ରର କର୍ମଚାରୀ ମାନେ ହଡବଡେଇ ଯାଇଥିଲେ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.