କେନ୍ଦୁଝର : ବାପର ଟାଙ୍ଗିଆ ଚୋଟରେ ପୁଅର ପ୍ରାଣ ଗଲା

କେନ୍ଦୁଝର (କେ ନ୍ୟୁଜ୍‌) : ଘର ପାଇଁ ଜିନିଷ ଆଣିବାକୁ ପୁଅକୁ ପଠାଇଥିଲା ମା । ଜିନିଷ ଆଣିବାରେ ଡେରି ହେଲା । ଆଉ ରାଗରେ ବାପା ଟାଙ୍ଗିଆ ଉଠାଇ ପୁଅକୁ ହାଣିଦେଲା । ଗୁରୁତର ଆହତ ଅବସ୍ଥାରେ ଚିକିତ୍ସିତ ହେବା ପରେ ଆଜି ପୁଅର ମୃତ୍ୟୁ ହୋଇଛି ।
କେନ୍ଦୁଝର ଜିଲ୍ଲା ଶୁଆକାଠି ଫାଣ୍ଡି ଅନ୍ତର୍ଗତ ଲୁଣଘର ସାହିରେ ରବିବାର ରାତିରେ ଏହି ଘଟଣା ଘଟିଥିଲା । ବାପା ଚେରେଙ୍ଗା ମୁଣ୍ଡା ମଦ ନିଶାରେ ପୁଅ ଘନ ମୁଣ୍ଡାକୁ ହାଣି ପକାଇଥିଲା । ଆହତ ଅବସ୍ଥାରେ ଘନକୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଆଜି ସନ୍ଧ୍ୟାରେ ତାର ମୃତ୍ୟୁ ହୋଇଯାଇଛି । ଶୁଆକାଠି ପୋଲିସ୍‌ ଘଟଣାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.