ଅଭିନବ ଢଙ୍ଗରେ ସ୍ୱଚ୍ଛତାର ପରିଭାଷା ବୁଝାଇ ଚର୍ଚ୍ଚାରେ ଝାଡ଼ୁଦାର, ଶୁଣନ୍ତୁ ତାଙ୍କ ସଚେତନତା ଗୀତ

ସ୍ୱଚ୍ଛ ଭାରତ ଅଭିଯାନକୁ ସାରା ଦେଶରେ କଡ଼ାକଡ଼ି ଲାଗୁ କରିବା ପାଇଁ ସରକାରୀ ସ୍ତରରେ ପ୍ରୟାସ ଜାରି ରହିଛି। କେବଳ ସାଧାରଣ ଲୋକେ ନୁହେଁ ସରକାରୀ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ନେତା ପର୍ଯ୍ୟନ୍ତ ହାତରେ ଝାଡ଼ୁ ଖଣ୍ଡେ ଧରି ଆଖ ପାଖ ଅଞ୍ଚଳକୁ ସଫା କରିବାକୁ ଅଣ୍ଟା ଭିଡ଼ିଛନ୍ତି। ତେବେ ଏସବୁ ମଧ୍ୟରେ ବର୍ତ୍ତମାନ ଜଣେ ଝାଡ଼ୁଦାରଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯିଏ କି ଗୀତ ମାଧ୍ୟମରେ ସ୍ୱଚ୍ଛତାର ପରିଭାଷା ବୁଝାଉଛନ୍ତି।

ଦେଖନ୍ତୁ ଭିଡିଓ:

Video Courtesy:Times Of India

ପୁନେ ନଗର ନିଗମର ଜଣେ ସଫେଇ କର୍ମଚାରୀଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଭିଡିଓରେ ମହାଦେବ ଯାଦବ ନାମକ ଜଣେ ସଫେଇ କର୍ମଚାରୀ ଲୋକଙ୍କୁ ତରଳ ଓ କଠିନ ବର୍ଜ୍ୟବସ୍ତୁ ଅଲଗା ଅଲଗା ରଖିବାକୁ ବୁଝାଉଛନ୍ତି। ଏଥିସହ ପ୍ଲାଷ୍ଟିକ୍‌ ବ୍ୟାଗ୍‌ ବ୍ୟବହାର କରୁଥିବା ଲୋକଙ୍କୁ ମଧ୍ୟ ଜରି ବର୍ଜନ କରିବାକୁ ପରାମର୍ଶ ଦେଉଥିବା ଦେଖିବାକୁ ମିଳିଛି। ଯାହାକୁ ଲୋକେ ଖୁବ୍‌ ପସନ୍ଦ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.