ସ୍ୱାମୀ ସ୍ତ୍ରୀ ଭିତରେ ସବୁବେଳେ ଝଗଡ଼ା ଲାଗୁଛି କି ? ଏହି ଉପାୟରେ କରନ୍ତୁ ସମାଧାନ

ବୁଝାମଣା ଅଭାବରୁ ଦାମ୍ପତ୍ୟ ଜୀବନରେ ଝଡ଼ ଉଠେ । ଝଗଡ଼ା ବେଳେ ଉଭୟେ ଉଭୟଙ୍କୁ ଦୋଷାରୋପ କରିଥାନ୍ତି। ତେଣୁ ଝଗଡ଼ା ଥମିବା ବଦଳରେ ବଢ଼ିଯାଏ। ସମସ୍ତଙ୍କ କ୍ଷେତ୍ରରେ ଏହି ସମାନ ଜିନିଷ ହୋଇଥାଏ। ପ୍ରାୟତଃ ସବୁ ପ୍ରେମୀ ଯୁଗଳଙ୍କ ମଧ୍ୟରେ ବୁଝାମଣା ଅଭାବରୁ ଛୋଟ ମୋଟ ପାଟି ତୁଣ୍ଡ ହୋଇଥାଏ। ଯଦି ଆପଣଙ୍କର ମଧ୍ୟ ସାଥୀଙ୍କ ସହ କୌଣସି କାରଣରୁ ନେଇ ଝଗଡ଼ା ହେଉଛି ତେବେ ପରସ୍ପରକୁ ଦୋଷ ଦେବା ପରିବର୍ତ୍ତେ ଏହି ସବୁ କାମ କରନ୍ତୁ…

ଏହାସହ ପଢ଼ନ୍ତୁ: ପ୍ରଥମ ଶାରୀରିକ ସମ୍ପର୍କକୁ ନେଇ କ’ଣ ରହିଥାଏ ଉଭୟ ପୁରୁଷ ଓ ମହିଳାଙ୍କ ମନରେ, ଜାଣିବାକୁ ପଢ଼ନ୍ତୁ ଏହି ରିପୋର୍ଟ

କାହାକୁ ବି ଦାୟୀ କରନ୍ତୁ ନାହିଁ:

ଦମ୍ପତିଙ୍କ ମଧ୍ୟର ଝଗଡ଼ା ଯେକୌଣସି କାରଣରୁ ବି ହେଉନା କାହିଁକି ଉଭୟେ ଉଭୟଙ୍କୁ ହିଁ ଦୋଷ ଦେଇଥାନ୍ତି। ଆପଣ ବି ଯଦି ସାଥୀଙ୍କୁ ଦୋଷ ଦେଉଥାଆନ୍ତି ତେବେ ଏଭଳି ଆଦୌ କରନ୍ତୁ ନାହିଁ। ନଚେତ୍‌ ଝଗଡ଼ା କମିବା ବଦଳରେ ଅଧିକ ବଢ଼ିଯିବ। ଯଦି ଭୁଲ କରିଛନ୍ତି ତେବେ ସ୍ୱୀକାର କରନ୍ତୁ। ଏହା ଦ୍ୱାରା ସମ୍ପର୍କ ଆହୁରି ମଜଭୁତ୍‌ ହେବ ଓ ସାଥୀଙ୍କ ନଜରରେ ଆପଣଙ୍କ ସମ୍ମାନ ବଢ଼ିଯିବ।

ଝଗଡ଼ାର କାରଣ ବୁଝିବାକୁ ଚେଷ୍ଟା କରନ୍ତୁ:

ଝଗଡ଼ା କେଉଁ କାରଣରୁ ହେଉଛି ତାହାକୁ ପ୍ରଥମେ ଜାଣନ୍ତୁ। କାରଣ ବେଳେ ବେଳେ ଆମେ ଅଯଥା କଥାକୁ ନେଇ ଝଗଡ଼ା ଆରମ୍ଭ କରିଦେଇଥାଉ ଯାହାର କିଛି ମୂଲ୍ୟ ନଥାଏ। ରାଗ ଶାନ୍ତ ହେବା ପରେ ଆମେ ପ୍ରକୃତ କଥା ବୁଝିପାରି ବେକାରରେ ଝଗଡ଼ା କରୁଥିବା ଜାଣିପାରୁ। କିନ୍ତୁ ସେତେବେଳକୁ ନେଡ଼ିଗୁଡ଼ କହୁଣୀକୁ ବୋହିଯାଇଥାଏ। ଏଣୁ କୌଣସି କଥାରେ ଅଧିକ ରାଗିଯିବା ବା ରିଆକ୍ଟିଭ୍‌ ହେବା ପୂର୍ବରୁ ସେହି କଥାରେ ରାଗିବା ଆବଶ୍ୟକ କି ନା’ ଚିନ୍ତା କରନ୍ତୁ।

ଏହାସହ ପଢ଼ନ୍ତୁ: ପ୍ରଥମ ଥର ପାଇଁ ଶାରୀରିକ ସମ୍ପର୍କ ସ୍ଥାପନ କରୁଥିଲେ ଏହି ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ, କମ୍‌ ହେବ କଷ୍ଟ

ସାଥୀଙ୍କ ଭାବନାକୁ ବୁଝନ୍ତୁ:

ଯଦି କୌଣସି କଥାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେଉଛି, ତେବେ ସେଭଳି ପରିସ୍ଥିତିରେ ପ୍ରଥମେ ଆପଣ ସାଥୀଙ୍କ କଥାକୁ ଶୁଣନ୍ତୁ। ତାଙ୍କ ଭାବନାକୁ ବୁଝିବା ପରେ ନିଜ ମତାମତ ଦିଅନ୍ତୁ। କାରଣ ସାଥୀ କ’ଣ ଚିନ୍ତା କରୁଛନ୍ତି ଆପଣ ତାହା ଜାଣିନାହାନ୍ତି। ଏଣୁ ନିଜେ ମନେ ମନେ ଗୁଡ଼େ କଥା ଭାବି ଦେଇ ଝଗଡ଼ା କରିବା ଆଦୌ ସମଚୀନ ନୁହେଁ। ଏହା ଆପଣଙ୍କ ସମ୍ପର୍କ ପାଇଁ ଠିକ୍‌ ନୁହେଁ। ଏଣୁ ସବୁବେଳେ ସାଥୀ କ’ଣ ଭାବୁଛନ୍ତି ତାହା ବୁଝିବାକୁ ଚେଷ୍ଟା କରନ୍ତୁ।

ଗୋଟିଏ କଥାକୁ ଅଧିକ ଭାବନ୍ତୁ ନାହିଁ:

ଝଗଡ଼ା ସମୟରେ ଆମ ମୁହଁରୁ ବେଳେବେଳେ ଏମିତି କଥା ବାହାରିଯାଏ ଯାହା ଆଦୌ ଉଦ୍ଦେଶ୍ୟମୂଳକ ନଥାଏ। କିନ୍ତୁ ସେହି ଗୋଟିଏ କଥାକୁ ସାଥୀ ଧରି ବସିଥାନ୍ତି। ଏହି କାରଣରୁ ତାଙ୍କୁ ବୁଝାଇବା କଷ୍ଟସାଧ୍ୟ ହୋଇପଡ଼େ। ତେଣୁ ଯଦି ଝଗଡ଼ା ବେଳେ ଆପଣଙ୍କ ସ୍ୱାମୀ ବା ସ୍ତ୍ରୀ କିଛି କଥା କହି ଦେଉଛନ୍ତି ସେହି ଗୋଟିଏ କଥାକୁ ଧରି ବସନ୍ତୁ ନାହିଁ। ଜୀବନରେ ଏମିତି ଅନେକ ଘଟଣା ଘଟିବ ଯାହାକୁ ଅଣଦେଖା କରି ଆମକୁ ଆଗକୁ ବଢ଼ିବାକୁ ପଡ଼ିଥାଏ।

ଏହାସହ ପଢ଼ନ୍ତୁ: ପାର୍ଟନର ଲୁଚି ଲୁଚି ଆପଣଙ୍କ ଫୋନ୍‌ ଚେକ୍‌ କରୁଛନ୍ତି କି? ଜାଣନ୍ତୁ ଏହା ପଛରେ ରହିଛି କେଉଁ କାରଣ

ଧୈର୍ଯ୍ୟ ଧରନ୍ତୁ:

ଝଗଡ଼ା ଯେତେ ବି ବଡ଼ ହେଉନା କାହିଁକି ଧୈର୍ଯ୍ୟ ରଖିବା ଶିଖନ୍ତୁ। ଅଧୈର୍ଯ୍ୟ ହେଲେ ଝଗଡ଼ା ବନ୍ଦ ହେବା ପରିବର୍ତ୍ତେ ଅଧିକ ବଢ଼ିଯାଏ। କାରଣ ଅଧୈର୍ଯ୍ୟ ହୋଇ ଆମେ ବେଳେବେଳେ ଏମିତି ନିଷ୍ପତ୍ତି ନେଇଯାଉ ଯେଉଁଥିପାଇଁ ଆମକୁ ପରେ ପସ୍ତେଇବାକୁ ପଡ଼ିଥାଏ। ଏଣୁ ଯେବେ ବି ଝଗଡ଼ା କରୁଛନ୍ତି ଭାବି ଚିନ୍ତି ନିଷ୍ପତ୍ତି ନିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.