ପ୍ରେମ ପାଇଁ ଓଭରବ୍ରିଜ୍‌ ଉପରୁ ଡେଇଁ ପଡ଼ିଲେ ଯୁବକ, ଡାକ୍ତରଖାନାରେ ଗଲା ଜୀବନ

ଯୋଡ଼ା (କେନ୍ୟୁଜ୍‌) : ଓଭର ବ୍ରିଜ୍‌ ଉପରୁ ଡେଇଁ ଯୁବକ ମୃତ। ଏଭଳି ଘଟଣା ଘଟିଛି କେନ୍ଦୁଝର ବିଲେଇପଦାରେ । ମୃତକ ଯୁବକ ବଡ଼ବିଲ ଥାନା ଅନ୍ତର୍ଗତ ଭଦ୍ରାସାହି ଝାଡଗାଁ ଅଞ୍ଚଳର । ତାଙ୍କ ନାଁ ଅନିଲ ପାତ୍ର ବୋଲି ଜଣାପଡ଼ିଛି। ଯୋଡ଼ା ପୋଲିସ୍‌ ମୃତ ଦେହକୁ ଜବତ କରି ବ୍ଯବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି ।

ଏହି ଯୁବକ ଅନୀଲ ଆଜି ୫୨୦ନଂ ଜାତୀୟ ରାଜପଥର ବିଲେଇପଦା ଓଭର ବ୍ରିଜ୍‌ ଉପରୁ ହଠାତ ତଳକୁ ଡେଇଁ ପଡ଼ିଥିଲେ । ଗୁରୁତର ଅବସ୍ଥାରେ ଅନୀଲଙ୍କୁ ଉଦ୍ଧାର କରି ନିକଟସ୍ଥ ବାସୁଦେବପୁର ମେଡ଼ିକାଲରେ ଭର୍ତ୍ତି କରିଥଲେ ଅଗ୍ନିଶମ ବାହିନୀ । ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ପରିବାର ଲୋକଙ୍କ କହିବା ଅନୁଯାୟୀ ପ୍ରେମ ବୃାପାର ହିଁ ଅନୀଲର ଜୀବନ ନେଇଗଲା । କୌଣସି ଜଣେ ଝିଅକୁ ସେ ଭଲ ପାଉଥିଲା ଏବଂ ତାଙ୍କ ସହ ଯୁକ୍ତିତର୍କ ପରେ କେଇଦିନ ହେଲା ଅନୀଲ ଭାରି ଚିନ୍ତାରେ ରହୁଥିଲା । ସେହି ଘଟଣାକୁ ନେଇ ଅନୀଲ ଏଭଳି କରିଥାଇ ପାରନ୍ତି ବୋଲି ତାଙ୍କ ବଡ଼ଭାଇ ଧୀରେନ୍ଦ୍ର ପାତ୍ର କହିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.